କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଢା ଟିଆରଡବ୍ଲୁ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିଶି ବେନିଆଙ୍କ ଅକାଳ ମୃତ୍ୟୁକୁ ନେଇ ସୁନାବେଢା ଥାନାରେ ବାପା ପ୍ରକାଶ ବେନିଆ ଅଭିଯୋଗ ଆଣିଛନ୍ତି। ଝିଅଟିର ଘର ଦାସମନ୍ତପୁର ବ୍ଲକ କିତେନ ଗାଁରେ। ୪ ଦିନ ତଳେ ତାଙ୍କ ପରିବାର ଲୋକେ ତାଙ୍କୁ ସ୍କୁଲ୍ରେ ଛାଡିଥିଲେ। ମିଳିଥିବା ସୂଚନା ମୁତବକ, ଆଜି ନିଶି ହଟାତ ଅଚେତ ହୋଇ ପଡି ଯାଇଥିଲେ। ଏହାପରେ ତାଙ୍କୁ ସୁନାବେଢା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁନାବେଢା ଟିଆରଡବ୍ଲୁ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମୃତ
Advertisment
Follow Us