କନେଷ୍ଟବଳଙ୍କୁ ଆକ୍ରମଣ: ଜଣେ ଅଭିଯୁକ୍ତ ଗିରଫ

Advertisment
କନେଷ୍ଟବଳଙ୍କୁ ଆକ୍ରମଣ: ଜଣେ ଅଭିଯୁକ୍ତ ଗିରଫ

ନନ୍ଦପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ବନ୍ଧୁକରେ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ବିବରଣୀରୁ ପ୍ରକାଶ ଯେ କିଛିଦିନ ପୂର୍ବେ ଖିଳୁଆ ଗ୍ରାମର ମଦନ ଖେମୁଣ୍ଡଙ୍କ ନାବାଳିକା ଝିଅଙ୍କୁ ନନ୍ଦପୁର ଦଳିତ ସାହିର ଜଣେ ବିବାହିତ ଯୁବକ ଦ୍ୱିତୀୟ ସ୍ତ୍ରୀ ଭାବେ ରଖିବାକୁ ଅପହରଣ କରି ନେଇଯାଇଥିଲେ। ଏ ନେଇ ନାବାଳିକାଙ୍କର ପିତା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଉମେଶ ଗୁଣ୍ଠାଙ୍କୁ ଥାନାକୁ ଅଣାଯାଇଥିଲା। କିନ୍ତୁ କୌଶଳ କରି ସେ ଥାନାରୁ ଖସିଯାଇ ଚଂପଟ ମାରିଥିଲା।

publive-image
ତାଙ୍କୁ ଖୋଜି ଆଣିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଅଭିଯୁକ୍ତକୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଭିଯୁକ୍ତର ମାମୁଁ ପତ୍ରପଣ୍ଡି ଗାଁର ଏସ କେ ସାଇନ୍ ଙ୍କୁ ଅଧିକ ପଚରା ଉଚରା ପାଇଁ ପୁଲିସ ନନ୍ଦପୁର ଥାନାକୁ ଆଣିଥିଲେ ଏବଂ ଥାନାରେ ଅଟକ ରଖିଥିଲେ। ସେହି ନିର୍ଦ୍ଦିଷ୍ଟ ସମୟରେ ଅନ୍ୟ କର୍ମଚାରୀମାନେ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏବଂ କିଛି କର୍ମଚାରୀ ବାହାରକୁ ଯାଇଥିବାର ସୁଯୋଗ ନେଇ ଅଭିଯୁକ୍ତର ମାମୁଁ ହଠାତ୍ ଥାନାର ପରିସରରେ ଥିବା ଏକ ବନ୍ଧୁକ ଆଣି ବନ୍ଧୁକର ବଟ୍ ସହିତ ବାହାରେ ଜଗିଥିବା କନେଷ୍ଟବଳ ଭୂଷିତ ଟାକ୍ରିଙ୍କୁ ମୁଣ୍ଡରେ ମାଡ଼ ଦେଇଥିଲା ଏବଂ ଥାନା ଭିତରୁ ଧାଇଁ ପଳାଇଥିଲା। ଗତକାଲି ଫେରାର ଥିବା ଅଭିଯୁକ୍ତକୁ ଆଜି ସକାଳେ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe