ଜୟପୁର : ଚାକିରି ଦେବା ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜୟପୁର ଟାଉନ ଥାନା ପୁଲିସ ସୁନିତା ଛତ୍ରିଆ ନାମକ ଜନୈକା ମହିଳାଙ୍କୁ ଗିରଫ କରିଛି। ସୁନିତା ଥାନାରେ କାର୍ଯ୍ୟ କରୁଥିବା କହି ଦୁଇ ଜଣଙ୍କ ଠାରୁ ଟଙ୍କା ଆଦାୟ କରିଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି। ସୁନିତା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର କୁମାର ଭତ୍ରାଙ୍କ ଠାରୁ ୩୫ ହଜାର ଓ ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ଠାରୁ ମଧ୍ୟ ୫ ହଜାର ଟଙ୍କା ନେଇଥିବା ତଦନ୍ତ ଅଧିକାରୀ ଏସ୍ଆଇ ସୀମା ସଙ୍ଗିତା ଲୁଗୁନ କହିଛନ୍ତି।
ଠକେଇ ମାମଲାରେ ମହିଳାଙ୍କୁ କୋର୍ଟଚାଲାଣ
Advertisment
Follow Us