କୋରାପୁଟ: ଜୟପୁରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ

Advertisment
କୋରାପୁଟ: ଜୟପୁରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ

ଜୟପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋରାପୁଟ ଗସ୍ତରେ ଜୟପୁର ପୁଲିସ ବ୍ୟସ୍ତ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ସହରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରିବା ଲାଗି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ ଜୟନଗର ପାର୍କ ସମ୍ମୁଖରେ ଥିବା ଏସ୍‌ବିଆଇର ଏଟିଏମ୍‌ ଭାଙ୍ଗି କେହି ଜଣେ ଦୁର୍ବୃତ୍ତ ଅପରାହ୍ନ ୩ଟାରେ ଟଙ୍କା ନେବାକୁ ଉଦ୍ୟମ କରିଥିଲା। ମାତ୍ର ଭୟରେ ସେ ନିଜ କାମରେ ସଫଳ ହୋଇ ନଥିଲା।

publive-image

ସୂଚନା ପାଇ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ଏବଂ ପୁଲିସ ପହଂଚି ଘଟଣାର ତଦନ୍ତ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍‌ର ତଳପଟରେ ଥିବା ବାକ୍ସ ଭାଙ୍ଗି ଥିବା ବେଳେ ଟଙ୍କା ଲୁଟ୍‌ କରିପାରିନାହାନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe