ସ୍କୁଲ ଛାତ୍ରଙ୍କ ଗଣ୍ଡଗୋଳରେ ଦୁଇଗୋଷ୍ଠୀ ଛୁରା ଭୁସାଭୁସି, ଜଣେ ଆହତ

Advertisment

ଦୁଇ ଜଣ ଛାତ୍ର ସ୍କୁଲରେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲେ। ତେବେ ଏହି ମାମଲାରେ ଦୁଇ ଛାତ୍ରଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ଛୁରାରେ ଭୁସାଭୁସି ହୋଇଥିଲେ।

ଦୁଇ ଜଣ ଛାତ୍ର ସ୍କୁଲରେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲେ। ତେବେ ଏହି ମାମଲାରେ ଦୁଇ ଛାତ୍ରଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ଛୁରାରେ ଭୁସାଭୁସି ହୋଇଥିଲେ।

attack

କୋରାପୁଟ: ସ୍ଥାନୀୟ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ର ସ୍କୁଲରେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲେ। ତେବେ ଏହି ମାମଲାରେ ଦୁଇ ଛାତ୍ରଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ଛୁରାରେ ଭୁସାଭୁସି ହୋଇଥିଲେ। ଏଥିରେ ଜଣେ ଆହତ ହୋଇଥିବା କୋରାପୁଟ ଟାଉନଥାନାରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଜାରି ରହିଥିବା କହିଛନ୍ତି ଏସଡିପିଓ ଶ୍ରାବଣୀ ନାୟକ ଓ ଥାନା ଅଧିକାରୀ ଭାବନୀ ପ୍ରଧାନ।

ସୂଚନା ଅନୁଯାୟୀ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ର ପରଜାସାହିର ହୋଇଥିବା ବେଳେ ଅନ୍ୟ ଛାତ୍ର ଇନ୍ଦିରା କଲୋନୀର। ଉଭୟ ଛାତ୍ର ସ୍କୁଲରେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲେ। ଉଭୟ ନିଜ ନିଜ ସମ୍ପର୍କୀୟଙ୍କୁ ଜଣାଇବା ପରେ ପରଜାସାହିରୁ ୨ଜଣ ଓ ଇନ୍ଦିରା କଲୋନୀରୁ ୩ରୁ ୪ଜଣ ଅଣଛାତ୍ର ଯୁବକମାନେ ସ୍କୁଲ ନିକଟକୁ ଆସିଥିଲେ। ତେବେ ଏମାନେ ଆସିବା ବେଳକୁ ଉଭୟ ଛାତ୍ର ନିଜ ନିଜ ଘରକୁ ପଳାଇ ଯାଇଥିଲେ।

ଉଭୟ ଗୋଷ୍ଠୀ କଥା କଟାକଟି ହେବା ସହ ଛୁରୀ ଦେଖା ଦେଖି ହୋଇଥିଲେ। ଏଥିରେ ପରଜା ସାହିର ବିଜୟ ନାୟକ ସାମାନ୍ୟ ଆହତ ହୋଇଥିବା କହିଛନ୍ତି ତଦନ୍ତକାରୀ ସବଇନିସପେକ୍ଟର ରଣଜିତ ମିଶ୍ର। ସ୍କୁଲ ସମେତ ଆଖପାଖ ଅଂଚଳର ସିସିଟିଭି ଫୁଟେଜ୍ ଆଦି ସଂଗ୍ରହ କରାଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ଜଣକୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ମାମଲାର ତଦନ୍ତ ଚାଲିଥିବାରୁ ଆସନ୍ତାକାଲି ସ୍ପଷ୍ଟ ସୂଚନା ଦିଆଯିବ ବୋଲି କହିଛନ୍ତି ଏସଡିପିଓ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe