Sambad
ଜୟପୁର: ସକାଳୁ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିବା ୫ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିୟାନ୍ ଗତକାଲି ସନ୍ଧ୍ୟାରେ ଜୟପୁର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ବୁଲି ଦେଖିଥିଲେ। ଉଭୟ ମନ୍ଦିର ଦେବୋତ୍ତର ଅଧୀନରେ ଥିବା ବେଳେ ସଂପୁର୍ଣ୍ଣ ପୁନଃରୁଦ୍ଧାର ଦିଗରେ ସେ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଥିଲେ। ସେଭଳି ଆଜି ସକାଳୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ସାଥୀରେ ନେଇ ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିରରେ ପୂଜା କରିବା ପରେ ଏହାର ପରିସର ବୁଲି ଦେଖିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସହ ମଞ୍ଚକୁ ଯାଇଥିବା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କୁ ମଞ୍ଚରୁ ହାତ ଧରି ଓହ୍ଲାଇ ଦେଇଥିଲେ ବବି।
Sambadଆଜି ପୂର୍ବତନ ମନ୍ତ୍ରୀଙ୍କ ସହ ମନ୍ଦିର ସମ୍ପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ତେବେ ଗତକାଲିର ଘଟଣାକୁ ନେଇ ସେଠାରେ ଟୁପୁରୁଟାପୁରୁ ହେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧାମାଧବ ସାମନ୍ତରାୟ, ମନ୍ଦିର କମିଟି ପକ୍ଷରୁ ଧୀରେନ ପଟ୍ଟନାୟକ, ପୌର ଉପାଧ୍ୟକ୍ଷା ବି. ସୁନିତା, କାଉନସିଲର ଓ ମନ୍ଦିର ପରିଚାଳନା କମିଟିର ଅନ୍ୟ କର୍ମକର୍ତ୍ତା ବି ଉପସ୍ଥିତ ରହିଥିଲେ। ଉଭୟ ମନ୍ଦିରର ବିକାଶ ଦିଗରେ ସେ ସମ୍ପୂର୍ଣ୍ଣ ରୁପେ ସହାୟତା କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ।
Follow Us