ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ସଭା

ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ସଭା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ପି ଆର୍ ପେଟା କଲ୍ୟାଣମଣ୍ତପଠାରେ ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ସଭା ଜୟପୁର ନଗର ମହିଳା ସଭାନେତ୍ରୀ ଶିଲ୍ପା ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଜନତା ଦଳର ଉପସଭାନେତ୍ରୀ ରୀତା ପାଣିଗ୍ରାହୀ, ସାଧାରଣ ସଂପାଦିକା ତଥା‌ ପୌରଉପାଧ୍ୟକ୍ଷା ବି.ସୁନିତା, ସଂପାଦିକା ତୁଳସା କିର୍ସାନୀ, ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି ଯୋଗ ଦେଇଥିଲେ।

publive-image

ଜିଲ୍ଲା ଉପସଭାନେତ୍ରୀ ଭି.ଗାୟତ୍ରୀ ଦେବୀଙ୍କ ସହ ଜୟପୁରରୁ ନୂତନ ଭାବେ ମନୋନୀତ ସମସ୍ତ ମହିଳାନେତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମାରେଡି, ଦେବେନ୍ଦ୍ର ଚୌଧୁରୀ, ଜସପାଲ୍ ସିଂ, ବରିଷ୍ଠ ନେତା ରମାକାନ୍ତ ରାଉଳ, ହିମାଂଶୁ ମହାପାତ୍ର, କୁନି ଅଧିକାରୀ, ସୁବାଷ ରାଉତ, ରଘୁ ପାଢି, ଆରାକୁଲ ଶ୍ରୀନୁ, ଯୁବ ଉପସଭାପତି ରାଜେନ୍ଦ୍ର ସାହୁ ଓ ବୁଲୁଦେବଶର୍ମା, ଜିଲ୍ଲା ଯୁବ  ସଂପାଦକ ସୁବ୍ରତ ବାଘ, ବିକାଶ ପାତ୍ର ପ୍ରମୁଖ ମହିଳା କର୍ମୀ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe