ମହାପୁରୁଷଙ୍କ ସ୍ମୃତିରେ ରକ୍ତଦାନ ଶିବିର: ୩୧ୟୁନିଟ ସଂଗୃହୀତ

ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସ୍ବାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ପରିସରରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

କୋରାପୁଟ: ୨ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସ୍ବାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ପରିସରରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସ୍ବାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ, ଜିଲ୍ଲାରକ୍ତଦାତା ପ୍ରବର୍ତ୍ତକ ସଂଘ, ସମ୍ବାଦ ଓ ଆମଓଡିଶା ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଶିବିରରୁ ୩୧ୟୁନିଟ ସଂଗୃହୀତ ହୋଇଛି। ଶିବିରରେ ୧୬ଜଣ ମହିଳା ଓ୧୫ଜଣ ପୁରୁଷ ରକ୍ତଦାନ କରିଥିଲେ।

publive-image

ପ୍ରଥମ କରି ବହୁ ଜଣ ରକ୍ତଦାନ କରିଥିଲେ। ଏଭଳି ଦିବସରେ  ଏପରି ଶିବିର ଆୟୋଜନ କରିଥିବାରୁ ରକ୍ତଦାତା ମାନେ ଆୟୋଜକଙ୍କୁ କୃତଞତା ଞାପନ କରିଥିଲେ। ଶିବିରରେ ଆଦିତ୍ୟ ସରାଫ, ଉର୍ମିଳା ପାଣିଗ୍ରାହୀ, ମେନକା ମହାପାତ୍ର, ରଂଜନା ସାମନ୍ତରାୟ, ସଂଯୁକ୍ତା ମହାପାତ୍ର, ଲକ୍ଷ୍ମୀ ବରାଡ଼, ସୌମ୍ୟକାନ୍ତ ଖଣ୍ଡାଇ, ସୁଚିସ୍ମିତା ହୋତା, ମନୋରମା ପ୍ରଧାନ, ସନ୍ତୋଷ କୁମାର ସାହୁ ଆଦି ରକ୍ତଦାନ କରି ଅଭିଭାବକ ତଥା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷା ଅତସୀ ସାହୁ, ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ସଂଘର ସଭାପତି ଜି.ସଂଜୀବ କୁମାର, ବି‌ଲସେନ୍ ସତ୍ୟ ରକ୍ତଦାତାଙ୍କୁ ପ୍ରତ୍ସାହିତ କରିଥିଲେ। ସେହିପରି ଅଭିଭାବକ ୱାଇ. ସୁରେଶ ଓ ତାଙ୍କ ପତ୍ନୀ ୱାଇ.ମୀନାକ୍ଷୀ, ଗୌରୀଶଙ୍କର ରଥ ଓ ତାଙ୍କ ପତ୍ନୀ ଗାୟତ୍ରୀ ରଥ,  ରାମଚନ୍ଦ୍ର ଗୌଡ଼, ହୃଷିକେଶ ଜେନା, ବି‌ଲସେନ୍ ସତ୍ୟ, ଭି.ସୁନିଲ କୁମାର ପାତ୍ର, ପୁଷ୍ପଲତା ପାଢ଼ୀ, ସ‌ାଗରିକା ପାଢ଼ୀ, ନମିତା ମହାପାତ୍ର, ଭାରୁ ଶାଳିନୀ, କାଂଚନବାଳା ମହାନ୍ତି, ମନୋରମା ପ୍ରଧାନ, ଗୁଲାମ ମହମ୍ମଦ, ଜେ.ଗୁପ୍ତେଶ୍ବର ରାଓ, ଶିବ ପ୍ରସାଦ ପାଣିଗ୍ରାହୀ, ବିଏମ୍ ଶୁଭଦୀପ, ଇପସିତା ବିଶ୍ବାଳ, ପି.ମନିଷା, ଜି.ସୁରେଶ, ସନ୍ତୋଷ ଗୁପ୍ତା ପ୍ରମୁଖ ରକ୍ତଦାନ କରି ଜୀବନଦାତା ସାଜିଥିଲେ।

ରକ୍ତଦାନ ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷା ଅତସୀ ସାହୁ, ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ସଂଘ ସଭାପତି ଜି. ସଂଜୀବ କୁମାର, ସମ୍ବାଦ ଓ ଆମଓଡିଶାର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡୁ ପରିଚାଳନା କରିଥିବା ବେଳେ ଆଦିତ୍ୟ ସରାଫ, ଭବାନୀ ମହାରାଣା, ମୋନାଲିସା ସାହୁ,  ଅନିତା ପାଣିଗ୍ରାହୀ, କଲ୍ୟାଣୀ ଦାସ, ଏନ୍ ଜୟଶ୍ରୀ, ସୁନିତା ନାହାକ, ରଜନୀ ଜେନା, କନକ ଟିଭି ପ୍ରତିନିଧି ସୌମ୍ୟରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ରକ୍ତଭଣ୍ଡାର ଓ ଆମଓଡିଶାର ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରାଯାଇଥିଲା। ରକ୍ତଭଣ୍ଡାର ପକ୍ଷରୁ ବରିଷ୍ଠ ଟେକ୍ନିସିୟନ୍ ଏଲକେ ଘାଇନ୍, ଦେବବ୍ରତ ଦାଶ, ସଂଜୟ କୁମାର ସିଂ, ରବିନ୍ଦ୍ର ମିଶ୍ର ରକ୍ତସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe