ବିପଦସଙ୍କୁଳ ଅବସ୍ଥାରେ କାନାଗାଁ ଓ କମୁଗଣ୍ଡା ପଞ୍ଚାୟତକୁ ସଂଯୋଗ କରୁଥିବା  ବ୍ରିଜ୍‌

Advertisment

ବନ୍ଧୁଗାଁ ବ୍ଲକ କାନାଗାଁରୁ କମୁଗଣ୍ଡାକୁ ସଂଯୋଗ କରୁଥିବା ବ୍ରିଜ ବର୍ଷା ପାଣି ଯୋଗୁ ଧୋଇ ହୋଇ ଲଟକି ରହିଥିବାରୁ କମୁଗଣ୍ଡା ପଞ୍ଚାୟତର ସମସ୍ତ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି।

ବନ୍ଧୁଗାଁ ବ୍ଲକ କାନାଗାଁରୁ କମୁଗଣ୍ଡାକୁ ସଂଯୋଗ କରୁଥିବା ବ୍ରିଜ ବର୍ଷା ପାଣି ଯୋଗୁ ଧୋଇ ହୋଇ ଲଟକି ରହିଥିବାରୁ କମୁଗଣ୍ଡା ପଞ୍ଚାୟତର ସମସ୍ତ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି।

New Project (17)

ବନ୍ଧୁଗାଁ: ବନ୍ଧୁଗାଁ ବ୍ଲକ କାନାଗାଁରୁ କମୁଗଣ୍ଡାକୁ ସଂଯୋଗ କରୁଥିବା ବ୍ରିଜ ବର୍ଷା ପାଣି ଯୋଗୁ ଧୋଇ ହୋଇ ଲଟକି ରହିଥିବାରୁ କମୁଗଣ୍ଡା ପଞ୍ଚାୟତର ସମସ୍ତ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଆଜକୁ ପ୍ରାୟ ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ପାଣି ବହି ଆସି  ବ୍ରିଜର ତଳ ପଟେ ଥିବା ପଥର ଓ କଂକ୍ରିଟ୍‌ଗୁଡିକ ଧୋଇ ନେଇଯାଇଛି। ଫଳରେ ବ୍ରିଜ ଉପର ଭାଗ ମାଟି ଉପରେ ଲାଗି ରହିଛି। ଏହାରି ଉପରେ ଦେଇ ଲୋକେ ଚାଲିଲେ କିମ୍ବା ଦୁଇ ଚକିଆ ଯାନ ବାହାନ ଗଲେ; ବ୍ରିଜ୍‌ ହଲୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଆଜି ବ୍ଲକକୁ ସଂଯାଗ କରୁଥିବା ଲକ୍ଷ୍ମୀ ବସ୍‌ କମୁଗଣ୍ଡା ପଞ୍ଚାୟତକୁ ନ ଯାଇ ଫେରିଆସିଛି।

ଦୁଇଟି ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଚାଲିଥିବା ବେଳେ ଠିକାଦାର ନୂତନ ବ୍ରିଜ ନିର୍ମାଣ ନ କରି  ବହୁ ବର୍ଷର ପୁରୁଣା ବ୍ରିଜକୁ  ମରାମତି କରି ଥିଲେ। ବର୍ତ୍ତମାନ ବ୍ରିଜ୍‌ଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ କେଉଁ ମୂହୁର୍ତ୍ତରେ ଭାଙ୍ଗିବ ତାହା ଜଣାପଡୁନାହିଁ। ଫଳରେ କମୁଗଣ୍ଡା, ବଡମାଥୁର, ଉପରପଟେଶୁ, ପେଦାକାମରା, ସାନକାମରା, ସିଙ୍ଗା ଝୋଲା, ଜାଡୱା, ଟାଙ୍କୁ, ତୁରୁକୁ, ଫୁଲ ଗୁମି ପୁଣି ଆନ୍ଧ୍ରକୁ ସଂଯୋଗ କରୁଥିବା କଡଙ୍ଗିୱାଲ୍ସା, ଗର୍ଲିମା, ଜେଣ୍ଡା, ରାଇଗଣ୍ଡା, ଗୁନା ଖାଲ ଓ କୁନ୍ତେସୁ ଗାଁ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇଯାଇଛି। ଅତି ଶୀଘ୍ର ସ୍ଥାନୀୟ ପ୍ରଶାସନ ଏଥି ପାଇଁ ବିକଳ୍ପ ରାସ୍ତା ନିର୍ମାଣ କରି ଉକ୍ତ ବିପଦସଙ୍କୁଳ ବ୍ରିଜ ଭାଙ୍ଗିବା ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତବାସୀ ସରକାରଙ୍କୁ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe