୭୦ବର୍ଷୀୟା ବାସନ୍ତୀଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ ପୁଲିସ କନେଷ୍ଟବଳ ସ୍ମିତା

Advertisment
୭୦ବର୍ଷୀୟା ବାସନ୍ତୀଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ ପୁଲିସ କନେଷ୍ଟବଳ ସ୍ମିତା

Sambad

ଜୟପୁର/କୋରାପୁଟ: ଜୟପୁରର ୭୦ବର୍ଷ ବୟସ୍କା ବାସନ୍ତୀ ନାୟକ ଗୁରୁତର ଅବସ୍ଥାରେ କୋରାପୁଟ ଏସ୍‌ଏଲ୍ଏନ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେ ରକ୍ତହୀନତାର ଶିକାର ହେବା ସହ ତାଙ୍କର ‌ହିମୋଗ୍ଲୋବିନ୍ ୪କୁ ଖସି ଆସିଥିଲା। ପରିବାର ବର୍ଗଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ରକ୍ତ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ। ରକ୍ତଭଣ୍ଡାରରେ ବି ପଜିଟିଭ୍ ରକ୍ତ ନଥିବାରୁ ପରିବାରଲୋକ ବହୁ ଖୋଜାଖୋଜି କରିବା ପରେ ବି ଏହା ମିଳି ପାରି ନଥିଲା।

ଶେଷରେ ପରିବାର ଲୋକ ‘ସାହାଯ୍ୟ ଦି ହେଲଫିଂ ହ୍ୟାଣ୍ଡ’ ଗ୍ରୁପକୁ  ଯୋଗାଯୋଗ ‌କରିଥିଲେ। ଏ ନେଇ ଏହି ଗ୍ରୁପ୍ ପକ୍ଷରୁ ଜିଲ୍ଲା ପୁଲିସରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ସ୍ମିତା ମାଝୀଙ୍କୁ ଯୋଗାଯୋଗ କରିଥିଲେ। ସେ ନିଜେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ତେବେ ବୃଦ୍ଧାଙ୍କର ଅବସ୍ଥା ଗୁରୁତର ଥିବାରୁ ଆଉ ୨ୟୁନିଟ୍‌ ଯୋଗାଇବା ପାଇଁ ବି ବ୍ୟବସ୍ଥା କରିଥିବା ସୂଚନା ମିଳିଛି। ଜଣେ ମଣିଷ ପାଇଁ ରକ୍ତଦାନ କରି ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ସ୍ମିତା। ଆଗାମୀ ଦିନରେ ଏଭଳି ଜରୁରୀ ରୋଗୀଙ୍କ ପାଇଁ ସେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଆସୁଥିବେ ବୋଲ କହିଛନ୍ତି। ଯୁବବର୍ଗ ମାନେ ଏଦିଗରେ ଧ୍ୟାନ ଦେଇ ରକ୍ତ ଦାନ କରିବାକୁ ଆଗେଇ ଆସିବାକୁ ସ୍ମିତା ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe