ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପେଟା ଘାଟିର ତିନି ବାଙ୍କରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ୩୦ ଫୁଟ୍ ତଳକୁ ଖସି ପଡ଼ିଛି। ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟା ବେଳେ ଆନ୍ଧ୍ରପ୍ରଦେଶ ଏଲ୍. ମାଞ୍ଚିଲିର ମାଲକାପାଲ୍ଲିରୁ ଏକ ଟ୍ରକ୍ (ଏପି ଟିଡବ୍ଲୁ ୯୫୫୫)ରେ ସିମେଣ୍ଟ ବୋଝେଇ ହୋଇ ମାଲକାନଗିରି ଯାଉଥିଲା। ତେବେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପେଟାଘାଟିର ତିନି ବାଙ୍କରେ ବ୍ରେକ ଫେଲ୍ ହୋଇଯିବାରୁ ଟ୍ରକଟି ୩୦ ଫୁଟ୍ ତଳକୁ ଖସି ପଡ଼ିଥିବା ବେଳେ ଟ୍ରକର ଆଗ ଦୁଇଟି ଚକା ସହ କାଟା ପ୍ଲେଟ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଟ୍ରକ୍ ଗ୍ଲାସ ଭାଙ୍ଗି ଦେହର ବିଭିନ୍ନ ଅଙ୍ଗରେ ବାଜି ଯିବାରୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ମାଲକାପାଲ୍ଲିରୁ ଏକ ଟ୍ରକ୍ରେ ସିମେଣ୍ଟ ବୋଝେଇ ହୋଇ ମାଲକାନଗିରି ଯାଉଥିଲା। ତେବେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପେଟାଘାଟିର ତିନି ବାଙ୍କରେ ବ୍ରେକ ଫେଲ୍ ହୋଇଯିବାରୁ ଟ୍ରକଟି ୩୦ ଫୁଟ୍ ତଳକୁ ଖସି ପଡ଼ିଥିବା ବେଳେ ଟ୍ରକ୍ର ଆଗ ଦୁଇଟି ଚକା ସହ କାଟା ପ୍ଲେଟ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
ଗୁରୁତର ଆହତ ଡ଼୍ରାଇଭରଙ୍କୁ ପ୍ରତ୍ୟକ୍ଷଦର୍ଶୀ ତଥା ସ୍ବେଛାସେବୀ ବିଜୁ ରାଉତ ଉଦ୍ଧାର କରି ଜୟପୁର ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଏଥିସହ ଦୁର୍ଘଟଣାରେ ଟ୍ରକ୍ କିଛି ଗଛ ସହ ପିଟି ହେଇଯିବାରୁ ବଡ଼ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଯାଇଥିଲା। ବୈପାରିଗୁଡ଼ା ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବାରୁ ଯାତାୟତ ସ୍ବାଭାବିକ ହୋଇଥିଲା। ସ୍ବେଚ୍ଛାସେବୀ ଶ୍ରୀ ରାଉତଙ୍କ କହିବା ଅନୁଯାୟୀ, ରାସ୍ତା କାମ ଚାଲିଥିବା ବେଳେ ଘାଟି ରାସ୍ତାକୁ ଚଉଡ଼ା କରିବା ସହ ଗାର୍ଡଓ୍ବାଲ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ପେଟାଘାଟି ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣା ସ୍ଥଳରେ ବୈପାରିଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Koraput
Follow Us