ମହିଳାଙ୍କ ସହ ପ୍ରତାରଣା ଅଭିଯୋଗ

ମହିଳାଙ୍କ ସହ ପ୍ରତାରଣା ଅଭିଯୋଗ

ଜୟପୁର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରାଯାଇଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ୪୧୭, ୪୨୩, ୪୨୦ ଦଫା ଅନୁଯାୟୀ କରିଥିବା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା କହିଛନ୍ତି। ପୁଲିସ କହିବା ଅନୁଯାୟୀ, ଜୟପୁର ଟାଉନ ଥାନା ଅନ୍ତର୍ଗତ ପ୍ରସାଦ ରାଓ ପେଟା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ପିତା ଘରକୁ ଚାଲି ଆସିଥିଲେ। ଏହାର କିଛି ବର୍ଷ ପରେ ନବରଙ୍ଗପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉକ୍ତ ଯୁବକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ଉକ୍ତ ଯୁବକ ବିବାହ କରିବାକୁ ମନା କରିଥିବା ନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇ ମହିଳାଙ୍କ ଡାକ୍ତରୀ ମଇନା କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe