ଆଶ୍ରମ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଆଶ୍ରମ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସୋରିଷପଦର ନୂତନ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ଅନ୍ତେବାସି ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଗୁରୁବାର ସକାଳୁ ମୃତ୍ୟୁ ହୋଇଯାଇଛିା ଛାତ୍ରୀ ଜଣକ ପୁର୍ଣୀ କାଡ୍ରାକା ଓ ତାଙ୍କ ଘର ବନ୍ଧୁଗାଁ ବ୍ଲକ କାପଲଡା ପଞ୍ଚାୟତର ପେଦାଲୋଡା ଗାଁର ବୋଲି ଜଣାପଡିଛିା ମୃତ ପୁର୍ଣୀଙ୍କ ବଡଭାଇ ସୋରିଷପଦର ଆଶ୍ରମ ସ୍କୁଲରେ ପଢି ଅଧ୍ୟୟନ କରୁଥିବା ବେଳେ ଚଳିତ ବର୍ଷ  ହିଁ ତାଙ୍କୁ ପ୍ରଥମ ଶ୍ରେଣୀରେ ତାଙ୍କ ମା ଆଣି ଚୟନ କରାଇଥିଲୋ ଆଗରୁ ପୁର୍ଣୀ ମୁର୍ଚ୍ଚା ରୋଗରେ ପିଡିତା ଭାବେ ରହିଥିବା ବେଳେ ମଙ୍ଗଳବାର ସଂଧ୍ୟାରୁ  ସେ ଜ୍ୱରରେ ପିଡିତ ହୋଇ ରହିଥିଲୋ

ବିଦ୍ୟାଳୟ ୱାର୍ଡେନ କାନି ଯାନି ଔଷଧ ପ୍ରଦାନ କରିଥିଲେ କିନ୍ତୁ ଗୁରୁବାର ସକାଳୁ ଗୁରୁତ୍ୱର ହେବାରୁ ଗ୍ରାମବାସିଙ୍କ ସହାୟତାରେ ୱାର୍ଡେନ ଓ  ବିଦ୍ୟାଳୟର ପିଅନ ସଜୋନି ସାଉଁନ୍ତା ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ ଲକ୍ଷ୍ମୀପୁର ଡାକ୍ତରଖାନାରେ ଡାକ୍ତର କବିତା ସ୍ୱାଇଁ ଝିଅକୁ କିଛି ସମୟ ପରେ ମୃତ ଘୋଷଣା କରି ପୋଲିସକୁ ଖବର ଦେଇଥିଲୋ ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଝିଅର ଶବବ୍ୟବଚ୍ଚେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe