୩୫୦କିଲୋ ଗଂଜେଇ ସମେତ ୨ଟି ପିସ୍ତଲ ଜବତ, ୫ ଅଭିଯୁକ୍ତ ଗିରଫ

Advertisment

ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋରାପୁଟ ଜିଲ୍ଲା ପାଡୁଆ ପୁଲିସ ଚଢାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବଲେରୋ, ମୋବାଇଲ ଫୋନଏବ˚ ୨ଟି ପିସ୍ତଲ ଓ ଗୁଳି ଜବତ କରିଛି।

ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋରାପୁଟ ଜିଲ୍ଲା ପାଡୁଆ ପୁଲିସ ଚଢାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବଲେରୋ, ମୋବାଇଲ ଫୋନଏବ˚ ୨ଟି ପିସ୍ତଲ ଓ ଗୁଳି ଜବତ କରିଛି।

jpr

ଜୟପୁର: ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋରାପୁଟ ଜିଲ୍ଲା ପାଡୁଆ ପୁଲିସ ଚଢାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବଲେରୋ, ମୋବାଇଲ ଫୋନଏବ˚ ୨ଟି ପିସ୍ତଲ ଓ ଗୁଳି ଜବତ କରିଛି। ଆଜି ଏସଡିପିଓ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରୋହିତ ବର୍ମା ଉପସ୍ଥିତ ରହି ପାଡୁଆ ଥାନା ଅଞ୍ଚଳରୁ ୩୫୦ କେଜି ଗଞ୍ଜେଇ ଜବତ କରାଯାଇଛି ବୋଲି ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତ ମନେ ହେଲେ ଜୟପୁର ସଦରଥାନା କୁସୁମପୁଟର ଲାଲ ବାହାଦୁର ଦର୍ଜି, ମାଛକୁଣ୍ତର ବାଲେଲ ଗ୍ରାମର ତ୍ରିନାଥ ଖରା, ସୁରେଶ ବିଷୋୟୀ, ସଞ୍ଜୟ ଖରା ଓ ଡ୍ରାଇଭର ଯୋଗେଶ ଖରାଙ୍କୁ ଗିରଫ କରାଯାଇଛି। 

ଗିରଫ ଅଭିଯୁକ୍ତ ଲାଲ ବାହାଦୁର ଏକ ଦୁର୍ଦ୍ଧାନ୍ତ କୁଖ୍ୟାତ ଅପରାଧି  ହୋଇଥିବା ବେଳେ ୨୦ଟି ଅପରାଧିକ ମାମଲା ରହିଛି। ବହୁ ମାମଲାରେ ବେଲେବଲ ଅଫେନ୍ସ ଥିବା ବେଳେ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହିନ ଵାରେଣ୍ଟ ଜାରି କରିଛନ୍ତି। ସୂଚନା ଅନୁଯାୟୀ ଏକ ବଲେରୋ ଗାଡିରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇଥିଲା ପାଡୁଆ ପୁଲିସ। ମଲି ସୁବଲର ଛକ ଠାରେ ଅପେକ୍ଷା କରି ଜଗିଥିଲା ପୁଲିସ।

ବଲେରୋ ଗାଡିକୁ ଅଟକାଇବା ସମୟରେ ପୁଲିସକୁ ଦେଖି ଡ୍ରାଇଭର ଦୃତଗତିରେ ଗାଡିକୁ ଅର୍ଲାଭପୁଟ ପଟେ ନେଇଯାଇଥିଲା। ପରେ ପୁଲିସ ବଲେରୋ ଗାଡିକୁ ପିଛା କରିଥିଲା। ପୁଲିକୁ ଦେଖି ଗାଡି ଛାଡି ଚଲାଣକାରୀ ମାନେ ଜଙ୍ଗଲ ପଟେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ଚାଲାଣ କାରି ମାନେ ପୁଲିସ କୁ ପିସ୍ତଲ ଦେଖାଇଥିଲେ ହେଲେ ମଧ୍ୟ ପୁଲିସ ୫ଜଣକୁ କାବୁ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ୩୫୦ କେଜି ଗଞ୍ଜେଇ, ବଲେରୋ ଗାଡି, ୨ଟି ପିସ୍ତଲ ଜବତ କରିଛି। ଗୋଟିଏ ପିସ୍ତଲ ଅଟୋ କ୍ରିଷ୍ଟାଲ ମେଡ ଇନ ୟୁଏସଏ ଭଳି ଦେଖାଯାଉଛି। ଅନ୍ୟଟି ଆମେରିକାରେ ତିଆରି ଭଳି ସୁନା ରଙ୍ଗର ପିସ୍ତଲ ସହ ପତ୍ରିକା ମଧ୍ୟ ରହିଛି। ୨ଟି ମାଗାଜିନ, ୪ଟି ଜୀବନ୍ତ ଗୁଳି, ଦୁଇଟି ମୋବାଇଲ ଫୋନ,ଆଧାରକାର୍ଡ, ଡ୍ରାଇଭି˚ ଲାଇସେନ୍ସ ଓ କିଛି ଟଙ୍କା ଜବତ କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଏସ ପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କୁଖ୍ୟାତ ଅପରାଧୀ ଗିରଫ

ଜାତୀୟ ସୁରକ୍ଷା ଆଇନ ଆଧାରରେ ହାର୍ଡଖୋର ଅପରାଧୀ ପ୍ରିନ୍ସ ନାୟକକୁ ଆଜି ଜୟପୁର ପୁଲିସ ଗିରଫ କରିଥିବା କୋରାପୁଟ୍‌ ଏସପି ରୋହିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲା ହୃଦାନନ୍ଦ ନାୟକ ଏଲିୟସ ପ୍ରିନ୍ସ(୩୫)। ଆଜି ଜୟପୁର ଏସଡିପିଓ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିନୀରେ କୁଖ୍ୟାତ ଅପରାଧି ହୃଦାନନ୍ଦ ନାୟକ ଏଲିୟସ ପ୍ରିନ୍ସ କୁ ଜାତୀୟ ସୁରକ୍ଷା ଆଇନ ଆଧାରରେ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଅଭିଯୁକ୍ତ ପ୍ରିନ୍ସ ନାମରେ ଚାନ୍ଦା ଆଦାୟ, ଗଞ୍ଜେଇ ଚୋରା ଚାଲାଣ ଡକାୟତି ଭଳି ୧୭ଟି ମାମଲା ରହିଛି। ଅଭିଯୁକ୍ତ ଜଣକ ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର ଅଞ୍ଚଳରେ ଅପରାଧିକ କାର୍ଯ୍ୟ କରି ଆସୁଥିଲେ। ଅଭିଯୁକ୍ତ ନିରନ୍ତର ଏବ˚ ସ˚ଗଠିତ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଶୃଙ୍ଖଳା ବଜାୟ ରଖିବା ପାଇଁ ତାଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି। ସମସ୍ତ ଅବଶ୍ୟକିୟ ଆଇନଗତ ଏବ˚ ପ୍ରକିୟାଗତ ପାଳନ ପୁରଣ କରିବା ପରେ ହେପାଜତକୁ ନିଆଯିବ ବୋଲି ଏସପି ଶ୍ରୀ ବର୍ମା ସୂଚନା ଦେଇଛନ୍ତି। 

ରିପୋର୍ଟ: ତରୁଣ କୁମାର ମହାପାତ୍ର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe