ଠିକାଦାରଙ୍କ ଠାରୁ ୧୨ଲକ୍ଷ ଲୁଟ

ଠିକାଦାରଙ୍କ ଠାରୁ ୧୨ଲକ୍ଷ ଲୁଟ

କୋରାପୁଟ/ସେମିଳିଗୁଡା : ଦିନ ଦ୍ୱିପହରେ ୧୨ ଲକ୍ଷ ଲୁଟ। ପୁଣି ସହର ଭିତରୁ। ସେମିଳିଗୁଡା ସହରର ଜନୈକ ଠିକାଦାର ବିପ୍ର ଚରଣ ମହାରଣା ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲାବେଳେ ଲୁଟପାଟର ଶିକାର ହୋଇଛନ୍ତି। ସୁନାବେଡା ପୁଲିସ ଅଭିଯୋଗ ପାଇ ଛାନଭିନ କରୁଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନି।

ସେମିଳିଗୁଡା ସହରର ଗାନ୍ଧର ନଗରରେ ରହୁଥିବା ଠିକାଦାର ବିପ୍ର ଚରଣ ମହାରଣା ଆଜି ସୁନାବେଡା ଷ୍ଟେଟ ବ୍ୟାଙ୍କ ଶାଖାରୁ ୧୨ ଲକ୍ଷ ଟଙ୍କା ଉଠାଇଥିଲେ। ମଜୁରୀ ପ୍ରଦାନ ନିମନ୍ତେ ସେ ଏହି ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ଧରି ସୁନାବେଡା ହାଲ ସମ୍ମୁଖ ବସଷ୍ଟାଣ୍ଡକୁ ଯାଇଥିଲେ। ସେଠାରୁ ଅଟୋ ଯୋଗେ ସେମିଳିଗୁଡା ବସଷ୍ଟାଣ୍ଡକୁ ଯାଇଥିଲେ। ଅଟୋରୁ ଓହ୍ଲାଇ ଚାଲି ଚାଲି ଘରକୁ ଯାଉଥିବା ସମୟରେ କାକିଗାଁ ରାସ୍ତାରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଲୁଟ ପରେ ଠିକାଦାର ଜଣଙ୍କ ସୁନାବେଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି। ହେଲେ ଲୁଟେରା କିମ୍ବା ଲୁଟ ଟଙ୍କା ସଂପର୍କରେ କିଛି ସୁରାକ ମିଳିନି। ସୁନାବେଡା ଥାନା ଅଧିକାରୀ ଯୋଗେଶ୍ୱରୀ ବେହେରା କହିଛନ୍ତି ଯେ, ଅଭିଯୋଗକାରୀଙ୍କ ସୂଚନା ମୁତାବକ ତଦନ୍ତ ଚାଲିଛି। ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢାଉ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe