ମାଛ ଜାଲରେ ପଡ଼ିଥିବା କୁମ୍ଭୀର ମାରି ମାଂସ ଖାଇଦେଇଥିବା ସନ୍ଦେହ

Advertisment
ମାଛ ଜାଲରେ ପଡ଼ିଥିବା କୁମ୍ଭୀର ମାରି ମାଂସ ଖାଇଦେଇଥିବା ସନ୍ଦେହ

ବୈପାରିଗୁଡ଼ା: ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର କୋଟା ଛକ ନିକଟରେ ଥିବା କୋଲାବ ବ୍ରିଜ ତଳେ ବହି ଯାଉଥିବା କୋଲାବ ନଦୀରେ ଅପରାହ୍ନ ୨ଟା ବେଳେ କିଛି ଯୁବକ ପ୍ରତିଦିନ ଭଳି ଗତକାଲି ମଧ୍ୟ ମାଛ ଧରିବାକୁ ଯାଇଥିଲେ। ଦୁର୍ଗାଭଟାର ମାଧବ ପରଜା ଏବଂ କୋଟା ଗାଁର କିଛି ନାବାଳକ ମାଛ ଧରିବା ପାଇଁ ଜାଲ ବିଛେଇ ଥିବାବେଳେ ମାଛ ସହିତ ଗୋଟିଏ କୁମ୍ଭୀର ଜାଲ ଭିତରେ ପଶି ଆସିଥିଲା। ମାଧବ ଏବଂ ସାଥୀରେ ଥିବା ଯୁବକମାନେ ଜାଲରୁ କୁମ୍ଭୀରକୁ ବାହାର କରି ସେଲ୍ଫି ନେଉଥିବା ବେଳେ ଜଣେ କୋଟା ଗାଁର ନାବାଳକ ଗାଇ ଚରାଉଥିବା ବେଳେ ଦେଖି ତାଙ୍କ ସହିତ ମିଶି ଫଟୋ ଉଠାଇଥିଲା।

ସେହି ଫଟୋଟି ଧୀରେ ଧୀରେ ମୋବାଇଲକୁ ମୋବାଇଲ ଭାଇରାଲ ହେବାରେ ଲାଗିଲା। ବନବିଭାଗ ଯେତେବେଳେ ଏହି ଫଟୋ ଭାଇରାଲ ହେବାର ଦେଖିଲେ ତୁରନ୍ତ ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀ ଏବଂ ଟିମ୍ ଓ ଜୟପୁର ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ପରିଡ଼ା ଏବଂ ତାଙ୍କ ଟିମ୍ କୋଟା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଫଟୋରେ ଥିବା କୋଟା ଗାଁର ନାବାଳକ ପାଖକୁ ଯାଇ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ।

ନାବାଳକର କହିବା ଅନୁଯାୟୀ ଦୁର୍ଗାଭଟା ଗାଁର ମାଧବ ପରଜା ଉକ୍ତ କୁମ୍ଭୀର ଧରି ଫଟୋ ଉଠାଇବା ସମୟରେ କାଟି ଖାଇବା ପାଇଁ କହୁଥିଲା ବୋଲି ବନ ବିଭାଗକୁ କହିଥିଲା। ବୈପାରିଗୁଡ଼ା ଏବଂ ଜୟପୁର ବନବିଭାଗ ଉକ୍ତ ମାଧବକୁ ଖୋଜାଖୋଜି ଆରମ୍ଭ କରିଛନ୍ତି। କିନ୍ତୁ ରାତି ହୋଇଯିବାରୁ ମାଧବର ସନ୍ଧାନ ପାଇପାରିନଥିବା ବନବିଭାଗ କହିଛନ୍ତି। ଆଜି ମାଧବକୁ ଧରିବା ପରେ ଜଣାପଡ଼ିବ ଯେ କୁମ୍ଭୀରକୁ ମାରି ମାଂସ ଖାଇଛନ୍ତି କି କେଉଁଠାରୁ ଲୁଚାଇ ରଖିଛି। ଆଜି ପ୍ରକୃତ କଥା ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe