ଧାନ ନେଇ ଚାଉଳ ଦେଲେନି ଦମୟନ୍ତୀ ରାଇସ୍‌ ମିଲ୍‌ ସିଲ୍‌

Advertisment
ଧାନ ନେଇ ଚାଉଳ ଦେଲେନି ଦମୟନ୍ତୀ ରାଇସ୍‌ ମିଲ୍‌ ସିଲ୍‌

ନୂଆଗାଁ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ସ୍ଥିତ ଦମୟନ୍ତୀ ରାଇଲ୍‌ ମିଲ ଏବଂ ମାଲିକଙ୍କ ଘରକୁ ଆଜି ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ପଞ୍ଚାନନ ପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ, ଯୋଗାଣ କମିଟିର ଆଶୁତୋଷ ଜେନା କୋଟପାଡ ପୁଲିସ ସହାୟତାରେ ସିଲ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତ ଆର୍ଥିକ ବର୍ଷ ୨୦୧୪-୧୫ ମସିହାରେ ଦମୟନ୍ତୀ ରାଇସ ମିଲ ମାଲିକ ବୈଦେହୀ ମହାପାତ୍ର ସରକାରଙ୍କୁ ୧କୋଟି ୧୮ଲକ୍ଷ ଟଙ୍କାର ପିଡିଏସ ଚାଉଳ ଦେବାକୁ ବାକି ଥିଲା। କିନ୍ତୁ ସରକାରଙ୍କୁ ଠିକ୍‌ ସମୟରେ ଚାଉଳ ଯୋଗାଇନଥିଲେ।

ଫଳରେ ସରକାରଙ୍କ ତରଫରୁ ଉକ୍ତ ମିଲରେ ଚଢାଉ କରାଯାଇ ସମସ୍ତ ଷ୍ଟକ ରେଜିଷ୍ଟ୍ରର ଓ ଷ୍ଟୋର ରୁମ୍‌ ଯାଞ୍ଚ ବେଳେ ଆବଶ୍ୟକୀୟ ଚାଉଳର ପଚାଶ ପ୍ରତିଶତରୁ କମ୍‌ ଧାନ ସଂଗ୍ରହ ରହିଥିବା କାରଣରୁ ମିଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସଂପୃକ୍ତ ମିଲ ମାଲିକଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଚଳିତ ମାସ ସୁଦ୍ଧା ସଂପୃକ୍ତ ମିଲମାଲିକ ସରକାରଙ୍କୁ ୨କୋଟି ଟଙ୍କା ବାକି ଥିବା ବେଳେ ତାଙ୍କ ଦେଖା ମିଳିନଥିବା କାରଣରୁ ଗତକାଲି ପ୍ରଶାସନ ତରଫରୁ ନୂଆଗାଁ ଠାରେ ଡେଙ୍ଗୁରା ମାଧ୍ୟମରେ ମିଲକୁ ସିଲ କରାଯିବା ନେଇ ସୂଚନା ଦିଆଯାଇଥିଲା। ତେଣୁ ଆଜି ୨୫ଏକର ପରିମିତରେ ରହିଥିବା ମିଲ ଏବଂ ମାଲିକଙ୍କ ଘରକୁ ସିଲ କରାଯାଇଛି। ଉକ୍ତ ସମ୍ପତ୍ତିକୁ ନିଲାମ କରି ସରକାରଙ୍କ ବାକି ଟଙ୍କା ଭରଣା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe