ଥାନାରୁ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

Advertisment
ଥାନାରୁ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

ଜୟପୁର : ଜୟପୁର ଟାଉନ ଥାନା କାନ୍ଥ ଡେଇଁ ଜଣେ ଅପରାଧୀ ଚମ୍ପଟ ମାରିଛି। ଆଉ ସେ ଚମ୍ପଟ ମାରିବାର ଅଳ୍ପ ସମୟ ମଧ୍ୟରେ ସହରର ଜୟନଗର ଅଞ୍ଚଳରୁ ୩ଯୁବକଙ୍କ ଠାରୁ ଲୁଟ ହୋଇଛି। ଖଣ୍ଡା କାତି ଦେଖାଇ ୩ଯୁବକଙ୍କ ଠାରୁ ୩୨ହଜାର ଓ ଗୋଟିଏ ମୋବାଇଲ ଲୁଟ ନେଇଛି ଏହି ଅପରାଧୀ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା କୁସୁମପୁଟ ଅଞ୍ଚଳର ଆସାମୀ ଲାଲୁକୁ ତିନିଦିନ ପୂର୍ବେ ଟାଉନ ପୁଲିସ ଗିରଫ କରିଥିଲା। ଲାଲୁର ପୁରା ନାମ ହେଲା ଲାଲ ବାହାଦୁର ଦରଜି। ପୁଲିସ ଗତକାଲି ଜୁଆଡିମାନଙ୍କୁ ବିଭିନ୍ନ ସ୍ଥାନରୁ ଧରିଥିଲା। ଥାନାରେ ଏଥିପାଇଁ ଗହଳ ଚହଳ ଥିବା ବେଳେ ଏହାର ସୁଯୋଗ ନେଇ ଲାଲୁ କାନ୍ଥ ଡେଇଁ ଚମ୍ପଟ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe