କୋରାପୁଟ: କୋରାପୁଟରେ ବିଏସଏଫ ଯବାନଙ୍କ ମୃତଦେହ ଠାବ ହୋଇଛି। କୋରାପୁଟ- ରାୟଗଡ଼ ରେଲୱେ ଟ୍ରାକରେ ମୃତଦେହ ଉଦ୍ଧାର ହୋଇଛି। ଯବାନଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି। କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ଏହି ଅଘଟଣ ଘଟିଛି। ମୃତକ ବିଏସଏଫ କନେଷ୍ଟବଳ ଦେବରାଜ ପ୍ରଧାନ । ପାରିବାରିକ କଳହ ଯୋଗୁଁ ଦେବରାଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି।
ଗତକାଲି ସକାଳେ ଯବାନ ଜଣଙ୍କ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ଯବାନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଜାଖୋଜା କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ଯବାନଙ୍କ ମୃତଦେହ ରେଲୱେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।
ରେଳ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଠାବ
Advertisment
Follow Us