କରୋନା କାଳରେ ଜୟପୁରରେ ଆତଙ୍କ କରୁଛି ଡ଼େଙ୍ଗୁ

Advertisment
କରୋନା କାଳରେ ଜୟପୁରରେ ଆତଙ୍କ କରୁଛି ଡ଼େଙ୍ଗୁ

Sambad

ଜୟପୁର: ପ୍ରଥମେ କରୋନା ଓ ଏବେ ଡ଼େଙ୍ଗୁର ଆତଙ୍କ ଜୟପୁର ସହରବାସୀଙ୍କୁ ଆତଙ୍କିତ କରିଛି। ଏପରିକି ସ୍ଥିତି ମଧ୍ୟ ଧିରେ ଧିରେ ବିଗଡ଼ିବାରେ ଲାଗିଛି। ଜିଲ୍ଲାରେ ଏପର୍ୟ୍ୟନ୍ତ ୧୮୦ ଜଣଙ୍କ ଡ଼େଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୩ ଜଣଙ୍କର ପଜିଟିଭ୍ ବାହାରିଛି। ସେମାନଙ୍କ ମଧ୍ୟରୁ କିଛି କୋରାପୁଟରେ ଚିକିତ୍ସା ହେଉଥିବା ବେଳେ କିଛି ରୋଗିଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଯାଇଛି। ଅନ୍ୟ ପକ୍ଷରେ ଜୟପୁର ସହରର ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥା। ନାଳ ନର୍ଦ୍ଦମାରେ ମଶା ତେଲ ନିୟମିତ ଭାବେ ପଡ଼ୁ ନଥିବା। ମଶା ନିୟନ୍ତ୍ରକ ଟିକା ମେସିନ୍ ଠିକ୍‌ ଭାବେ ପକାଯାଉ ନଥିବା।

ଡେଙ୍ଗୁକୁ ନେଇ ଯେଭଳି ସଚେତନତା ସୃଷ୍ଟି କରାଯ‌ାଇଥିଲା। ସେସବୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରି ନଥଇବା ଅଭିଯୋଗ ହୋଇଛି। ଏହାସହ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ମଇଳା ବି ଜମା ହୋଇ ରହୁଥିବା ଅଭିଯୋଗ ହୋଇଛି। ସହରର ଚାରି ପାର୍ଶ୍ବରେ ଶତାଧିକ ଗ୍ୟାରେଜ୍ ରହିଛି। ଏହି ସବୁ ଗ୍ୟାରେଜ୍ ଗୁଡିକରୁ ବାହାରୁଥିବା ଟାୟର, ଯନ୍ତ୍ରାଂଶ ବର୍ଷା ପାଣି ପଡ଼ି ଜମା ‌‌ହୋଇ ରହିବାରୁ ମଶା ମାନଙ୍କର ସଂଖ୍ୟା ବଢ଼ିଛି। ସେଭଳି ସହରରେ ଥିବା ୨୦ରୁ ଉର୍ଦ୍ଧ୍ବ ବସ୍ତିରେ ବି ପାଣି ଜମା ହୋଇ ରହୁଥିବା ଏବଂ ମଶାମାଛି ଘର କରି ରହିଥିବା ଦେଖିବାକୁ ମିଳିଛି।

ଖାସ୍ କରି ଜୟପୁରରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ସଂପ୍ରତି କରୋନା ଭୟରେ ମେଡ଼ିକାଲକୁ ନ ଆସି ବାହାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଉଛନ୍ତି। କୋରାପୁଟରେ ପ୍ଳେଟଲେଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀଙ୍କୁ ବାହାରକୁ ପଠାଯାଉଛି। ଗତ ବର୍ଷ ୨୧ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୭ ଜଣ ଓ ୨୦୧୭ରେ ୩ ଜଣ, ୨୦୧୫ରେ ୨୪ ଜଣ ରୋଗୀ ଚିହ୍ନଟ ହୋଇଥିବା ରେକର୍ଡ଼ ରହିଛି।
ତେବେ ଏହି ସଂଖ୍ୟା ଅଧିକା ବି ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ସହରରେ ନାଳନର୍ଦ୍ଧମାର ସଫେଇ କାମ ସହ ମଇଳା ଉଠା କାମ ବି ଜୋର ସୋରରେ ଚାଳିଛି। ଡେଙ୍ଗୁ ପାଇଁ ପ୍ରଚାର ଆରମ୍ଭ ହୋଇନି। ତୁରନ୍ତ ପ୍ରଚାର ଓ ପ୍ରସାର କରାଯିବ ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ପୌରପାଳିକାର ମେଡିକାଲ ଅଧିକାରୀ ଡକ୍ଟର ଅରୁଣ ପାଢ଼ୀ ସୂଚନା ଦେଇଛନ୍ତି।ଳନର୍ଦ୍ଧମା ଯୋଗୁଁ ସହରର ଘର ଗୁଡିକର ପାଣି, ମଇଳା, ମଳ ଆଦି ପଡ଼ି ଜମା ହୋଇ ଦୁର୍ଘନ୍ଧ ପରିବେଶ ସୃଷ୍ଟି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe