Odia Culture: ଅଁଳା ନବମୀରେ ଶ୍ରଦ୍ଧାଳୁ ଦର୍ଶନ କଲେ ରାଧାପାଦ: ଆଜିଠୁ ପଂଚୁକ

କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କର ଓଡ଼ିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି। ଏଥିପାଇଁ ମଧ୍ୟ ରାତ୍ରରୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା।

Nabarangpur

Five days long Panchuka from today. Photograph: (sambad.in)

ନବରଙ୍ଗପୁର: କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କର ଓଡ଼ିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି। ଏଥିପାଇଁ ମଧ୍ୟ ରାତ୍ରରୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ରାତ୍ର ୧ଟାରେ ଦ୍ଵାରପୂଜା ପରେ ମଙ୍ଗଳ ଆଳତୀ, ଅବକାଶ ପରେ ନଟବର ବେଶ ସମାପ୍ତ ହେବା ପରେ ଭୋରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ, ମଦନ ମୋହନ ଭୋଗ ପରେ ସକାଳ ୫ଟା ୪୫ ମିନିଟ ଠାରୁ ଭକ୍ତମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଆଜିଠାରୁ ପବିତ୍ର ପଞ୍ଚୁକ ଆରମ୍ଭ ହେଉଛି।

ଶ୍ରୀରାଧାଙ୍କୁ ଦର୍ଶନ କଲେ ମିଳିଥାଏ ମହାପୂଣ୍ୟ

ଅଁଳା ନବମୀରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିବା ସହିତ ମହିଳାମାନେ ସୈାଭାଗ୍ୟବତୀ ହୁଅନ୍ତି ବୋଲି ବିଶ୍ଵାସ ରହିଛି। ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି। କାର୍ତ୍ତିକ ମାସ ଶୁକ୍ଲ ନବମୀରେ ରାଧା ପାଦ ଦର୍ଶନ କଲେ ପରିବାର ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି। ମହିଳା ମାନେ ବିଭିନ୍ନ ମନ୍ଦିର, ଘର ଆଦିରେ ଥିବା ଅଁଳା ଗଛ ନିକଟରେ ପୂଜା କରିଥିବା ଦେଖିବାକୁ ମିଳଥିଲା। ଆଜି ଠାରୁ କାର୍ତ୍ତିକ ପଞ୍ଚୁକ ଆରମ୍ଭ ହେବ। ପଞ୍ଚୁକ ପାଇଁ ଗଣେଶ, ଜଗନ୍ନାଥ ଓ ସତ୍ୟନାରାୟଣ ମନ୍ଦିରରେ ସ୍ବତନ୍ତ୍ର ଅନ୍ନପ୍ରସାଦ ବିକ୍ରୀ କରାଯିବ ବୋଲି ସୂଚନା ମିଳିଛି। ଏହା ସହ କିଛି ମନ୍ଦିର ପରିସରରେ ଅଷ୍ଠପ୍ରହର ଓ ଚବିଷପ୍ରହର ନାମଯଜ୍ଞ ବି ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: Opposed To Irrigation Project: ଜଳସେଚନ ପ୍ରକଳ୍ପକୁ ତୀବ୍ର ବିରୋଧ; ସାମିଲ ହେଲା ନବ ନିର୍ମାଣ କୃଷକ ସଂଗଠନ

୩ଟି ମୋବାଇଲ ଚୋରି

ତେବେ ଏହି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମହିଳାଙ୍କ ଏତେ ପରିମାଣର ଭୀଡ ସହ ଠେଲାପେଲା‌ ହୋଇଥିଲେ। ଏହାରି ସୁଯୋଗରେ କିଛି ଦୁର୍ବୁତ୍ତ ୩ଟି ମୋବାଇଲ ଫୋନ ଚୋରି କରି ନେଇଥିବା କିଛି ମହିଳା କହିଛନ୍ତି। ଜଣେ ମହିଳାଙ୍କ ବେକର ସୁନା ଅଳଙ୍କାରକୁ ଜଣେ ମହିଳା ଟାଣୁଥିବା ବି ଅଭିଯୋଗ ହୋଇଛି। ପୁଲିସ ନିକଟରେ ଏଭଳି କିଛି ଅଭିଯୋଗ ହୋଇନଥିବା କହିଛନ୍ତି ଥାନା ଅଧିକାରୀ ସମ୍ବିତ ବେହେରା। ପୁଲିସ ୱାନ ଫୋର ନିୟୋଜିତ କରାଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ। 

ଆହୁରି ପଢ଼ନ୍ତୁ: Orissa HC Judgement: ଅଡୁଆରେ ବ୍ରହ୍ମପୁର ଏସ୍‌ପି, ସ୍ପଷ୍ଟୀକରଣ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe