ସ୍ବାଧୀନତା ସଂଗ୍ରାମରେ କୋରାପୁଟର ଅବଦାନ ଅତୁଳନୀୟ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

Advertisment
ସ୍ବାଧୀନତା ସଂଗ୍ରାମରେ କୋରାପୁଟର ଅବଦାନ ଅତୁଳନୀୟ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

କୋରାପୁଟ: ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ପୁଲିସ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ  ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ଏଠାରେ ଜନ୍ମଗ୍ରହଣ କରିଥିବା ବରପୁତ୍ରଙ୍କୁ ସେ ମନେ ପକାଇବା ସହ ଏକ ବିକଶିତ ଓଡ଼ିଶା ଗଠନର ସ୍ବପ୍ନ ବୁଣିଥିଲେ। ସେ କହିଥିଲେ ଯେ, ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ କୋରାପୁଟ ଜିଲ୍ଲାର ଅବଦାନ ଅତୁଳନୀୟ। ସହିଦ ଲକ୍ଷ୍ମଣ ନାୟକ, ସଦାଶିବ ତ୍ରିପାଠୀଙ୍କ ସ˚ଗ୍ରାମ ସ˚ପର୍କରେ ସାରା ଦେଶ ଜାଣିଛି।

publive-image

ଓଡ଼ିଶା ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଉପରେ ମନ୍ତ୍ରୀ ଆଲୋକପାତ କରି ଆଦିବାସୀ ଅ˚ଚଳ ପାଇଁ ସରକାର ସର୍ବଦା ତତ୍ପର ବୋଲି ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାରଙ୍କ ୫ଟି ଆହ୍ବାନ ଆଜି ପ୍ରଶାସନକୁ ତ୍ବରିତ ଓ ସ୍ବଚ୍ଛ କରି ପାରିଛି। ରାଜ୍ୟବାସୀଙ୍କ ପାଇଁ ସରକାର ବହୁ ଯୋଜନା ପ୍ରସ୍ତୁତ କରି ରାଜ୍ୟର ବିକାଶକୁ ଅଧିକ ଗତିଶୀଳ କରିଛନ୍ତି। ଏବେ କୋଭିଡ ମହାମାରୀ ବିରୋଧ‌ରେ ଆମକୁ ଆଉ ଏକ ସଂଗ୍ରାମ କରିବାକୁ ପଡୁଛି। ତେଣୁ ଏହି ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ କାମକୁ ସହଯୋଗ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହାସହ ସହ ଏସଏସଜିଙ୍କ ଦ୍ବାରା କୋରାପୁଟ ସବୁ ଜିଲ୍ଳାକୁ ପଛରେ ପକାଇ ଆଗକୁ ଆଗକୁ ମାଡି ଚାଲିଛି। କୋରାପୁଟ କଫିକୁ ଟାଟା କିଣିବ‌ା ପରେ ମହିଳା ଆଦିବାସୀ ମହିଳାଙ୍କ ସୁଖସୁବିଧା ଉପଲବବ୍ଧ ବଢିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe