ମକା ତୋଳିବା ବେଳେ ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ମକାବାଡ଼ରେ ମକା ତୋଳିବା ସମୟରେ ସାପ କାମୁଡ଼ାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧୀନ ଗୟଲକୁଣ୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଚନ୍ଦ୍ରସେନ ଦୁରୁଆ (୧୩)।

Dead

ବୈପାରିଗୁଡ଼ା: ମକାବାଡ଼ରେ ମକା ତୋଳିବା ସମୟରେ ସାପ କାମୁଡ଼ାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧୀନ ଗୟଲକୁଣ୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଚନ୍ଦ୍ରସେନ ଦୁରୁଆ (୧୩)।

ଘଟଣା ଅନୁଯାୟୀ, ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଗୟଲକୁଣ୍ଡ ଗ୍ରାମର କାନ୍ଦ୍ରୁ ଦୁରୁଆଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ଚନ୍ଦ୍ରସେନ ଦୁରୁଆ (୧୩) ଗତକାଲି ଅପରାହ୍ନରେ ପରିବାର ଲୋକଙ୍କ ସହ ନିଜ ମକା ବାଡ଼ରେ ମକା ତୋଳିବାକୁ ଯାଇଥିଲେ। ମକା ତୋଳି ବାପା ମା ଘରକୁ ଫେରିଥିଲେ କିନ୍ତୁ ଚନ୍ଦ୍ରସେନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମକା ତୋଳୁଥିଲେ। ମକା ତୋଳୁଥିବା ସମୟରେ ହଠାତ୍ ଏକ ବିଷାକ୍ତ ସାପ ଚନ୍ଦ୍ରସେନଙ୍କ ବାମ ହାତର ଆଙ୍ଗୁଳିରେ କାମୁଡ଼ି ଦେଇଥିଲା। 

ଚନ୍ଦ୍ରସେନ ଦୌଡ଼ି ଆସି ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆର ସାହାଯ୍ୟ ନେଇଥିଲେ। ଗୁଣିଗାରେଡ଼ିରେ ଚିକିତ୍ସା ଚାଲିଥିବା ବେଳେ ମଧ୍ୟରାତ୍ରରେ ଚନ୍ଦ୍ରସେନଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ରାମଗିରି ଫାଣ୍ଡି ଏଏସଆଇ ବିଷ୍ଣୁ ମାଡ଼କାମି ଗୟଲକୁଣ୍ଡ ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ଆଜି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଆଜିର ଆଧୁନିକ ଯୁଗରେ ମଧ୍ୟ ବହୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଗୁଣିଗାରେଡ଼ି ଉପରେ ବିଶ୍ବାସ କରି ଜୀବନ ହରାଉଥିବା ଜଣାପଡିଛି।

Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe