କୋରାପୁଟ: ଖସିଗଲେ ମଦ ରନ୍ଧାଳି, ଡ୍ରମଗୁଡିକ ଧରି ଫେରିଲେ ଅବକାରୀ ବିଭାଗ

Advertisment
କୋରାପୁଟ: ଖସିଗଲେ ମଦ ରନ୍ଧାଳି, ଡ୍ରମଗୁଡିକ ଧରି ଫେରିଲେ ଅବକାରୀ ବିଭାଗ

ଲକ୍ଷ୍ମୀପୁର: କୋରାପୁଟ ଲକ୍ଷ୍ମୀପୁର ଅବକାରୀ ବିଭାଗ ତରଫରୁ ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ ସଦରର କେଗେଜା ଡୋକଣା ଇତ୍ୟାଦି ଗାଁରେ ଚଢାଉ କରାଯାଇଥିଲାା ଅବକାରୀ ବିଭାଗର ଚଢାଉ କରି ପ୍ରାୟ ୧୪ଶହ ଲିଟର ମହୁଲ ଓ ଗୁଡ ପୋଚ ଗୁଡିକ ନଷ୍ଟ କରି ଫୋଫାଡି ଦିଆଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଥିବା ବେଳେ ପ୍ରାୟ ୨୦ଟି ଖାଲି ଡ୍ରମ ଧରି ଫେରିଥିବା କୁହାଯାଇଥିଲାା ଚଢାଉ ସମୟରେ ମଦ ରନ୍ଧାଳି ମାନେ ଚଟ ମାରିଥିବା କୁହାଯାଇଛିା

ଅବକାରୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ଲକ୍ଷ୍ମୀପୁର ଉପ-ନୀରିକ୍ଷକ ଦୟାନିଧି ସାଉଁନ୍ତା, ସହ ଉପନୀରିକ୍ଷକ ହରିବନ୍ଧୁ ଗୌଡ, ଅମର ନାଥ ବିଷୋଇ ରାମ ବଡନାୟକ କପିଳ ସାହୁ ପ୍ରମୁଖ ଚଢାଉରେ ସାମିଲ୍‌ ହୋଇଥିଲୋ ରନ୍ଧାଳି ମାନେ ଖସିଗଲେ ନାଁ ଖସାଇଦିଆଗଲା ତାହାକୁ ନେଇ ବିଭିନ୍ନ ମହଲରେ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ଅବକାରୀ ବିଭାଗ ପ୍ରାୟ ସବୁବେଳେ ମଦ ରନ୍ଧାଳିଙ୍କୁ କିପରି କାବୁ କରିପାରୁ ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଠି ହେଉଛିା ଏପରିକି ମାସିକ ଟାଗେର୍ଟ ପୁରଣ ସକାଶେ ଚଢାଉ ଜାରି ରଖାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛିା

ଅନ୍ୟପକ୍ଷରେ ଅବକାରୀ ବିଭାଗ ହାତରେ କେବଲ ହାତଗଣତି କିଛି କର୍ମଚାରୀ ରହିଥିବା ବେଳେ ଗାଡି ଖଣ୍ଡିକ ନଥିବା ଓ ହାତରେ ଅସ୍ତ୍ରଶସ୍ତ୍ର ମଧ୍ୟ ଆଗଭଳି ନରହିବା କାରଣରୁ ଧରପଗଡ କରିବା ସକାଶେ ବାଧା ଉପୁଯୁଥିବା ଜଣାପଡିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe