ଜ୍ବରରେ କମ୍ପୁଛି ଉପାନ୍ତ ଅଞ୍ଚଳ: ଭୟରେ ମେଡିକାଲ ଆସୁନାହାନ୍ତି ଲୋକେ

Advertisment
ଜ୍ବରରେ କମ୍ପୁଛି ଉପାନ୍ତ ଅଞ୍ଚଳ: ଭୟରେ ମେଡିକାଲ ଆସୁନାହାନ୍ତି ଲୋକେ

କୋରାପୁଟ: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୧୦ରୁ ଅଧିକ ଦିନ ହେବ ଜ୍ବରରେ କମ୍ପୁଛି କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ। ୧୦ରୁ ଅଧିକ ଜ୍ବର ହୋଇଥିବାବେଳେ ଏବେ ଯାଏଁ କାହାକୁ ଛାଡୁ ନାହିଁ। ଗାଁରେ ରହିଥିବା ଜୁଇରେ ନିଆଁ ଲିଭୁ ନ ଥିବାବେଳେ ଗାଁରେ ବୃଦ୍ଧାବୃଦ୍ଧ ସହ ମଧ୍ୟମବର୍ଗ ଯୁବକଙ୍କ ଦର୍ଶନ ମିଳୁନି। ଦୀର୍ଘଦିନ ହେବ ଗାଁରେ ୨୦ରୁ ଅଧିକ ବର୍ଷର ମହିଳା, ଯୁବତୀ, ଯୁବକ ଓ ବୃଦ୍ଧବୃଦ୍ଧାଙ୍କୁ ଜ୍ବର,ଖାସ ଓ ଦୁର୍ବଳତା ମାଡି ବସିଥିବାବେଳେ ଜାଣି ଅଜଣା ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଫୁଲବେଢା ପଞ୍ଜାୟତର ଓଡପୁର ୧୩୦ ପରିବାର, ବାଉଂଶଗୁଡା ୬୦ ପରିବାର, ମାଝିଗୁଡା ୪୦ ପରିବାର, ହାତୀମୁଣ୍ଡା ୪୦ ପରିବାର, କୋରାପୁଟ ବ୍ଲକ କେନ୍ଦାର ୧୨୨ ପରିବାର, ଦୟାନିଧୀଗୁଡା ୧୩୦ ପରିବାର, ଘୋଡାଗୁଡା ୪୫ ପରିବାର, ବଣ୍ଡାକଟ୍ରିଗୁଡା ୩୫ ରହୁଥିବା ଗାଁରେ ଏବେ ଜ୍ବର ସହ ଖାସ ଓ ଦୁର୍ବଳତା ଅନୁଭବ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ଜିଲ୍ଲାର ପ୍ରଶାସନର କୌଣସି ଯତ୍ନ ରହିଥିବା ଦେଖିବାକୁ ମିଳୁ ନ ଥିବା ଜଣାପଡିଛି।

କୋରାପୁଟ ଜିଲ୍ଲାରେ କରୋନାର ପ୍ରଥମ ଲହରରେ ଯେଉଁ ଗାଁଗୁଡିକୁ କରୋନା ଛୁଇଁ ପାରୁ ନଥିଲା ସେହି ଗାଁ ଗୁଡିକ‌ରେ ରହୁଥିବା ଆଦିବାସୀ, ହରିଜନ ଓ ପରଜା ଅଧିବାସୀଭଙ୍କୁ ଭୀଷଣ ଜ୍ବର। ଏହାସହ ଖାସ ଓ ଦୁର୍ବଳତା ଲାଗିରହିଛି। ହେଲେ ଭୟରେ ରହୁଥିବାବେଳେ ଡାକ୍ତରଖାନାକୁ ଆସୁ ନ ଥିବା ଜଣାପଡିଛି। ଜଣକୁ ଜଣ ହୋଇ ଗାଁ ଯାକ ଲୋକଙ୍କୁ ଜ୍ବର ମାଡି ବସିଥିବାବେଳେ ଭୟବୀତ ଅବସ୍ଥାରେ ଲୋକେ ରହୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଦଶମନ୍ତପୁର ବ୍ଲକ ଓଡପୁର, ବାଉଂଶଗୁଡା, ମାଝିଗୁଡା, ହାତୀମୁଣ୍ଡା ଗାଁରେ ପ୍ରାୟ ୧୦୦୦ରୁ ଅଧିକ ଲୋକ ରହୁଛନ୍ତି। କୋରାପୁଟ ଓ ବୋରିଗୁମ୍ମା ବ୍ଲକକୁ ଏହି ଗାଁ ଲାଗିଥିବାରୁ ଏହି ଗାଁର ଲୋକେ ଏହି ଦୁଇ ବ୍ଲକ ଉପରେ ସବୁବେଳେ ନିର୍ଭରଶୀଳ। ରାତିପାହିଲେ ଏହି ଦୁଇ ବ୍ଲକକୁ ବିଭିନ୍ନ କାମ ଅନ୍ବେଷଣରେ ଆସିଥାନ୍ତି। ମାସେ ତଳେ ପ୍ରଥମେ ଓଡପୁରରେ ଗୋଟିଏ ଆଦିବାସୀ ପରିବାରକୁ ଜ୍ବର ହୋଇଥିଲା। ଏହାପରେ ଗାଁଟା ସାରାକୁ ଏହା ମାଡି ଯାଇଥିଲା। ଏହାସହ ଗାଁକୁ ଗାଁ ମାଡିଯାଇଥିବା ଜଣାପଡିଛି। କରୋନା ଭୟରେ ଡାକ୍ତରଖାନାକୁ ଆସୁ ନ ଥିବାବେଳେ ତୁଟୁକାତୁଟିକି ସହ କ୍ବାକ୍‌ଙ୍କଠାରୁ ଔଷଧ ଖାଉଥିବା ଜଣାପଡିଛି। ଏକାଧିକ ଗାଁରେ ରହିଥିବା ଜୁଇଁରେ ନିଆଁ ଲିଭୁ ନ ଥିବାବେଳେ ଗାଁ ଶୁନଶାନ ଲାଗୁଥିବା ଜଣାପଡିଛି। ଗାଁରେ ଯେଉଁ ଗହଳିଚହଳି ଦେଖିବାକୁ ମିଳେ ତାହା ମିଳୁନାହିଁ। ଏହି ଭୟ ମଧ୍ୟ ପେଟପାଟଣା ଉପରେ ପଡିଛି। ପ୍ରତିଦିନ ରାତି ପାହିଲେ ଯେଉଁ ଖଟିଖିଆ ସହରକୁ ଧାଉଁଥିଲା ଏବେ ଗାଁରେ କାନମୁଣ୍ଡ ଆଉଁଶି ରହୁଥିବା ଦେଖିବାକୁ ମିଳିଛି। ଖାଲି ସତିକି ନୁହେଁ କୋରାପୁଟ ବ୍ଲକର ଦୟାନିଧିଗୁଡା, ଘୋଡାଗୁଡା ଓ ବଣ୍ଡାକଟ୍ରିଗୁଡାଗୁଡାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପୁରୁଷଲୋକଙ୍କ ସହ ମହିଳା ଓ ଯୁବତୀ ମଧ୍ୟ ଘରପିଣ୍ଡାରେ ପଡି ରହୁଥିବା ଦେଖିବାକୁ ମିଳିଛି।

ବଣ୍ଡାକ୍ରଟିଗୁଡାର ସୁକ ସାଉନ୍ତା କହିଛନ୍ତି ଯେ ୧୨ ଦିନ ତଳେ ନିର୍ମାଣ କାମ କରିବାକୁ କୋରାପୁଟକୁ ଯାଇଥିଲୁ। ସେଠାରୁ ଫେରିବା ପରେ ଘରର ସମସ୍ତ ସଦସ୍ୟଙ୍କୁ ଭୀଷଣ ଜ୍ବର ହେଲା। ଏବେଯାଏ ତାହା ଛାଡି ନ ଥିବାବେଳେ ଭୀଷଣ ଦୁର୍ବଳ ଲାଗୁଥିବା ସେ କହିଛନ୍ତି।

ଦୟାନୀଧିଗୁଡାର ପୁଷ୍ପା ସୂର୍ଯ୍ୟ କହିଛନ୍ତି ଯେ ଦୀର୍ଘ ୧୫ ଦିନ ହେବ ଜ୍ବର ହେଉଛି। ତେଣୁ ଘର ବାହାରେ ଆସି ଏକାଟିଆ ରହୁଛି। କେତେ ଔଷଧ ଖାଇଲେ ମଧ୍ୟ ଜ୍ବର କମୁନି। ମେଡିକାଲକୁ ଗଲେ କରୋନା ବାହାରିବା ଆଶଙ୍କା ରହିଛି ତେଣୁ ଭୟଭୀତ ହୋଇ ରହୁଛୁ ବୋଲି ସେ କହିଛନ୍ତି।

ଏନେଇ ଜିଲ୍ଲାପାଳ ଅବଦ୍ଦୁଲ ଏମ. ଅଖତର କହିଛନ୍ତି ଯେ, ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଶୁଣିଛି। ଏନେଇ ସବୁଧା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe