କୋରାପୁଟ: ଗୁଳି ଚାଳନାରେ ଜଣେ ମୃତ, ଜଣେ ଗୁରୁତର

Advertisment
କୋରାପୁଟ: ଗୁଳି ଚାଳନାରେ ଜଣେ ମୃତ, ଜଣେ ଗୁରୁତର

କୋଟପାଡ଼: ଦୁର୍ବୃତ୍ତଙ୍କ ଗୁଳିରେ ମଙ୍ଗଳବାର ରାତି ୮ଟାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର କୋଟପାଡ ଥାନା ଅନ୍ତର୍ଗତ ପିରିନ୍ଦି ଛକ ନିକଟରେ ଏହି ଗୁଳି ଚାଳନା ହୋଇଛି। ଘଟଣାସ୍ଥଳରେ କୋଟପାଡ ୧୦ ନମ୍ବର ଓ୍ଵାର୍ଡ ନିବାସୀ ପି. ଈଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଭାବେ ୯ ନମ୍ବର ଓ୍ଵାର୍ଡର ଦେବାନନ୍ଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିଭଳି ୧୦ ନମ୍ବର ଓ୍ଵାର୍ଡ ନିବାସୀ ସୋମନାଥ ମହାଜନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରି ଦେଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହେଇଯାଇଛନ୍ତି।

ପୁଲିସ କହିବା ଅନୁସାରେ ପଡ଼ୋଶୀ ଛତିଶଗଡ଼ର ଜଗଦଲପୁର ପାର୍ଶ୍ୱରୁ କୋଟପାଡ ନିବାସୀ ପି. ଈଶ୍ୱର, ଦେବାନନ୍ଦ ଓ ସୋମନାଥ ଗୋଟିଏ ବାଇକରେ ଆସୁଥିଲେ। ବିପରୀତ ଦିଗରୁ ଆଉ ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଯାଉଥିଲେ। ପିରିନ୍ଦେଇ ଛକରେ ୬ ଜଣ ଯାକ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ୩ଜଣ ଦୁର୍ବୃତ୍ତ କୋଟପାଡ଼ର ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ।

ସୂଚନାଯୋଗ୍ୟ ପି. ଈଶ୍ୱର ୨ ଦିନ ତଲେ କୋର୍ଟରୁ ଜମାନତ ମିଳିବା ପରେ ଘରକୁ ଆସିଥିଲେ। ସେ ଏକ ଡକାୟତି ମାମଲାରେ ଜେଲ ଯାଇଥିଲେ। ଦେବାନନ୍ଦର ଛାତିରେ ଗୋଟିଏ ଗୁଳି ବାଜିଥିବା ବେଳେ ମୁଣ୍ଡ ନିକଟ ଦେଇ ଆଉ ଗୋଟିଏ ଗୁଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe