ତେଲେଙ୍ଗାନାରେ ୧୮ ଜଣ ଯୁବତୀ ଫସିବା ଘଟଣା: ଉଧାର ପାଇଁ ୫ଜଣିଆ ଟିମ୍‌ କଲେ ତେଲେଙ୍ଗାନା ଗସ୍ତ

Advertisment
ତେଲେଙ୍ଗାନାରେ ୧୮ ଜଣ ଯୁବତୀ ଫସିବା ଘଟଣା: ଉଧାର ପାଇଁ ୫ଜଣିଆ ଟିମ୍‌ କଲେ ତେଲେଙ୍ଗାନା ଗସ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତର ପିସ୍କାଡାଙ୍ଗ୍‌ ଓ ଚୁଚୁକଣା ଗାଁର ୧୮ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ୫ ଜଣିଆ ଟିମ୍‌ ତେଲେଙ୍ଗାନା ଗସ୍ତ କରିଛନ୍ତି। ଦୁଇଜଣ ଶ୍ରମିକ ଦଲାଲ୍‌ଙ୍କ କବଜାରେ ପଡି ଗତ ତିନିମାସ ହେଲା ହାଇଦ୍ରାବାଦ ଠାରୁ ଶହେ କିଲୋମିଟର ଦୂର ବିଭିନ୍ନ ଇଟାଭାଟିରେ ବନ୍ଧକ ଭାବେ ଫସିରହିଥିବା ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପସିଛିା

କୋରାପୁଟ ଜିଲ୍ଲାପାଳ କେ.ସୁର୍ଦଶନ ଚକ୍ରବର୍ତ୍ତୀ ଏହି ଘଟଣାକୁ ଗରୁତର ଭାବେ ଗ୍ରହଣ କରି କୋରାପୁଟ ଡିସିପିଓ ରାଜଶ୍ରୀ ଦାଶ, ଶ୍ରମ ଅଧିକାରୀ ପ୍ରସନ୍ନ ପାଣୀଗ୍ରାହୀ ଓ ଲକ୍ଷ୍ମୀପୁର ଆଇଆଇସି ଦେବକୁମାର ଗମାଙ୍ଗ ପ୍ରମୁଖ ଗାଁକୁ ଯାଇ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସକାଶେ ନିର୍ଦେଶ ପ୍ରଦାନ କରିଥିଲୋ ନିର୍ଦେଶ ପାଇ ସମସ୍ତ ଅଧିକାରୀ ଯୁବତୀ ମାନଙ୍କ ସଂର୍କୀୟଙ୍କ ସହ ଆଲୋଚନା କରି ଫେରିଥିଲେ ଓ ସୋମବାର ତୁରନ୍ତ ସମସ୍ତ ଯୁବତୀ ମାନଙ୍କୁ ଫେରାଇ ଆଣିବା ସକାଶେ ଲକ୍ଷ୍ମୀପୁର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୈଠକ କରି ନିଷ୍ପତି ନିଆଯାଇଥିଲାା ବୈଠକ ପରେ ମଙ୍ଗଳବାର ଏକ ୫ଜଣିଆ ଟିମ୍‌ ଯୁବତୀ ମାନଙ୍କୁ ଉଧାର କରିବା ସକାଶେ ତେଲେଙ୍ଗାନା ଅଭିମୁଖେ ବାହାରିଛନ୍ତିା

ଜିଲ୍ଲାପାଳ ଓ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ତେଲେଙ୍ଗାନା ଯାଉଥିବା ଟିମ୍‌ରେ ଜିଲ୍ଲା ଶ୍ରମ ଅଧିକାରୀ ପଦ ଚରଣ ପଣ୍ଡା, ଇନିସପେକଟର ହେମନ୍ତ କୁମାର ମାଝି, ସବଇନିସପେକଟର ମନୋରଞ୍ଜନ ସାହୁ, କନଷ୍ଟେବଳ ସୁସାନ୍ତ କୁମାର ପଟ୍ଟନାୟକ, ଦୁଇଜଣ ମହିଳା କନଷ୍ଟେବଳଙ୍କ ସମେତ ଯୁବତୀମାନଙ୍କ ଜଣେ ଲେଖାଏଁ ସଂର୍କୀୟ ମଧ୍ୟ ସାମିଲ ହୋଇଛନ୍ତିିା ହାଇଦ୍ରାବାଦ୍‌ରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ଥାନା ଓ ଶ୍ରମବିଭାଗ ସହ ଯୋଗଯୋଗ କରାଯାଇ ଯୁବତୀ ମାନଙ୍କୁ ଉଧାର କରାଯିବାର ଲକ୍ଷ୍ୟ ରଖାଯାଇଥିବା ଆଇଆଇସି ଦେବକୁମାର ଗମାଙ୍ଗ ସୂଚନା ପ୍ରଦାନ କରିଛନ୍ତିା

ଶ୍ରମିକ ଦଲାଲ୍‌ଙ୍କ କଥାରେ ପଡି ୧୮ ଜଣ ଯୁବତୀ ହାଇଦ୍ରାବାଦ୍‌ ଠାରୁ ଶହେ କିଲୋମିଟର ଦୂରରେ ଥିବା ଇଟା ଭାଟିରେ ଏବେ କାର୍ଯ୍ୟରତ ଅଛନ୍ତିିା ଇଟାଭାଟିରେ ସେମାନେ କେଉଁ ପରିସ୍ଥିତିରେ ରହିଛନ୍ତି, ପ୍ରକୃତରେ ସେମାନେ ଇଟା ଭାଟିରେ ନିୟୋଜିତ ନାଁ ଆଉ କୌଣସି କାର୍ଯ୍ୟରେ ଠିକାଦାର ନିବୃତ କରାଇଛନ୍ତି ତାହା ସନ୍ଦେହ ଘେରରେ ରହିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe