ଗ୍ୟାସ୍‌ ଲିକ ହେବାରୁ ଗୋଟିଏ ପରିବାର ୪ ଆହତ

ଗ୍ୟାସ୍‌ ଲିକ ହେବାରୁ ଗୋଟିଏ ପରିବାର ୪ ଆହତ

କୋରାପୁଟ: ରୋଷେଇ ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଗ୍ୟାସ ଲିକ୍‌ ହେବାରୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡ଼ା ଗ୍ରାମରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ କୋରାପୁଟ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ରାମାରାଓ ଖିଲ, ସୁଜାତ ଖିଲ, ଝୁମୁ ଖିଲ ଓ ଗୌତମ ଖିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଜାତା ଓ ଝୁମୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସକାଳୁ ରୋଷେଇ ଚାଲିଥିବା ବେଳେ, ଗ୍ୟାସ ଲିକ୍‌ ହୋଇଥିଲା। କିଛି ସମୟ ପରେ ଗ୍ୟାସ ଟାଙ୍କି ଚାରି ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଘରୁ ଜିନିଷପତ୍ର କାଢ଼ିବା ବେଳକୁ ବହୁ ଜିନିଷପତ୍ର ପୋଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe