ସହରାଞ୍ଚଳ ବନୀକରଣ ଯୋଜନାରେ ଅରୋଗ୍ୟବନରେ ଲାଗିବ ୪୪୦୦ ବୃକ୍ଷ

୧ଶହ ରକମର ଔଷଧୀୟ ବୃକ୍ଷ ସହରବାସୀଙ୍କୁ ଅରୋଗ୍ୟ ଯୋଗାଇବା ଲକ୍ଷ୍ୟ

ସହରାଞ୍ଚଳ ବନୀକରଣ ଯୋଜନାରେ ଅରୋଗ୍ୟବନରେ ଲାଗିବ ୪୪୦୦ ବୃକ୍ଷ

Sambad

ଜୟପୁର: ରାଜ୍ୟ ସରକାରଙ୍କ ସହରାଞ୍ଚଳ ବନୀକରଣ ଯୋଜନାରେ ଜୟପୁର ସହରରେ ୪ହଜାର ୪ଶହ ବୃକ୍ଷ ଲଗାଇବାକୁ କରାଯାଇଛି ଯୋଜନା। ଜୟପୁର ବନଖଣ୍ଡ ପକ୍ଷରୁ ଏହାକୁ ପେନାଙ୍ଗୀ–ଖ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଅରୋଗ୍ୟ ବନ ଭାବେ ପ୍ରସ୍ତୁତ କରି ଏଥିରେ ଲଗାଯିବା ପ୍ରକ୍ରିୟା ଜାରି ରହିଛି। ତେବେ ଏଠାରେ ଚିରାଚରିତ ଭାବେ ଲାଗୁଥିବା ବୃକ୍ଷ ବଦଳରେ ଲାଗିବ ଔଷଧୀୟ ବୃକ୍ଷ। ଏହାରି ମଧ୍ୟରେ ୭ଶହ ମିଟରର ଚାଲିବା ରାସ୍ତା ତିଆରି ହେବ। ସହରର ଲୋକେ ସକାଳୁ ଓ ସଂଧ୍ୟାରେ ଏହି ଆରୋଗ୍ୟ ବନର ୩ ଏକର ପରିଧିରେ ବୁଲି ପାରିବେ। ଔଷଧୀୟ ଗଛ ଗୁଡିକର ପ୍ରାକୃତିକ ବାସ୍ନାରେ ନିଜକୁ ସୁସ୍ଥ ଅନୁଭବ କରିବେ। ଆବଶ୍ୟକ ଅନୁଯାୟୀ ଏହି ଗଛ ଗୁଡିକରୁ ଔଷଧୀୟ ସାମଗ୍ରୀ ବି ନେଇ ପାରିବେ। ଏଭଳି ଲକ୍ଷ୍ୟ ରଖି ଜୟପୁର ବନଖଣ୍ଡ ପକ୍ଷରୁ ଆରୋଗ୍ୟ ବନ ଆରମ୍ଭ ‌କରାଯାଇଛି।

ଏହି ୩ ଏକର ପରିଧିରେ ଚମ୍ପକ ବନ, ରୁଦ୍ରାକ୍ଷ ବନ, ଅଶୋକ ବନ, ତମାଲ ବନ, ବକୁଳ ବନ, ଚନ୍ଦନ ବନ, ବିଭିନ୍ନ ଫଳ ବଗିଚା, ମସଲା ଜାତ ଦ୍ରବ୍ୟ ଗଛ ରହିବ। ଯେଭଳି ଆମ୍ବ , ଆମ୍ବଡା, ଆମଳା, ଅଜୁର୍ନ, ଆସନ, ଅଶୋକ, ବାହାଡା, ବଳଦିଆ, ବରା, ବେଲ, ବଣ ଭାଲିଆ, ଚମ୍ପା, ଚନ୍ଦନ, ଚାର, ଦେବଧାରୁ, ଡିମିରୀ, ହଳଦୁ, ହରିଡା, ହିଂଜାଳ, ଜାମୁ, ଜାଫରା, ଜେଉଟ, କଦମ୍ବ, କାଜୁ, କାଂଚନ, କରଂଜ, ‌କଷି, କେନ୍ଦୁ, କୁସୁମ, ମୁଛକୁନ୍ଦ, ମହାଗନି, ମହୁଲ, ନିମ୍ବ, ପଲାସ, ପାଇନ, ସହଜ, ରୁଦ୍ରାକ୍ଷ, ରକ୍ତଚନ୍ଦନ, ନାଗେଶ୍ବର, ଡାଲଚିନି, ସର୍ବ ମସଲା, ପିସ୍ତାବାଦମ, ଲିଚି, ଲେମ୍ବୁ, ଏପୁଲ, ଗୁଲବଜାମୁନ, ବରକୋଳି, ନାଗଲିଙ୍ଗ ଏଭଳି ୧ଶହ ରମକର ଗଛ ଲଗାଯିବ ବୋଲି କହିଛନ୍ତି ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆ।

publive-image Sambad

ଏବେ ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ବର୍ଷକ ପରେ ଏହାକୁ ଲୋକଙ୍କ ଉଦେଶ୍ୟରେ ଲୋକାର୍ପିତ କରାଯିବ ବୋଲି କହିଛନ୍ତି ଏସିଏଫ୍ ଶ୍ରୀ ଖୁଣ୍ଟିଆ। ଡିଏଫଓ ଏବଂ ଏସିଏଫଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହା ଚାଲିଥିବା ବେଳେ ପ୍ରତି ଦୁଇ ଦିନ ଅନ୍ତରାଳରେ ଏହାର କାମର ବି ଯାଂଚ କରାଯିବା ସହ ଅରୋଗ୍ୟ ବନର କାମକୁ ତ୍ବାରାନ୍ବିତ କରାଯାଉଛି ବୋଲି କହିଛନ୍ତି ଏସିଏଫ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe