ସାଢେ ୧୬ କୁଇଣ୍ଟାଲ ଗଂଜେଇ ଜବତ: ଗଂଜେଇ ଛାଡି ଚମ୍ପଟ ମାରିଲେ ଦୁଇ ବେପାରୀ 

Advertisment

ଗଂଜେଇ ଗାଡି ମାଡରେ ପୁଲିସ ଗାଡି ଚେପା

ଗଂଜେଇ ଗାଡି ମାଡରେ ପୁଲିସ ଗାଡି ଚେପା

କାଜୁ ପାର୍ସଲ ନାଁରେ ଗଞ୍ଜେଇ ଚାଲାଣ ଘଟଣା: ରାୟଗଡ଼ା ଯିବ ଜିଆର୍‌ପି ଟିମ୍

Photo: Deccan Chronicle

କୋରାପୁଟ: ଲକଡାଉନକଟକଣା ସତ୍ତ୍ବେ ବି ଚୁପ ବସି ନାହାନ୍ତି ଚୋରା ଗଂଜେଇ ବେପାରୀ। ବରଂ ଏହାକୁ ମଉକା ବୋଲି ଭାବି ଗଂଜେଇ ବେପାରକୁ ଜୋରଦାର କରିଛନ୍ତି। କିନ୍ତୁ ଆଜି ଏହି ଚୋରା ଗଂଜେଇ ବେପାରୀଙ୍କ ଉପରେ ଭାରି ପଡିଛି କୋରାପୁଟ ପୁଲିସ। କୋରାପୁଟ ଦେଇ ଗଂଜେଇ ଚାଲାଣ ହେଉଥିଲାବେଳେ ସେମିଳିଗୁଡା ଥାନା ପୁଲିସ ମାଳିଡୋଲିଆମ୍ବ ନିକଟରେ ଜାତୀୟ ରାଜପଥରୁ କଣ୍ଟେନରକୁ ଜବତ କରିଛି। ଏଥିରୁ ୧୬ କୁଇଣ୍ଟାଲ ୪୦ କେଜି ଗଂଜେଇ ଜବତ କରାଯାଇଛି। ତେବେ ଗଂଜେଇ ନେଉଥିବା ଦୁଇଜଣ ଯୁବକ ପୁଲିସକୁ ଦେଖି ଚମ୍ପଟ ମାରିଛନ୍ତି। ଅପରପକ୍ଷରେ ଗଂଜେଇ ଯାଉଥିବା କଣ୍ଟେନର ପୁଲିସ ଗାଡିକୁ ଧକ୍କା ଦେବାରୁ ପୁଲିସ ଭ୍ୟାନ ଚେପା ହୋଇ ଯାଇଛି।

ଏକ କଣ୍ଟେନରରେ ବିପୁଳ ପରିମାଣର ଗଂଜେଇ ଚାଲାଣ ହେଉଥିବା ଖବର ଆଜି ସକାଳେ ସେମିଳିଗୁଡା ପୁଲିସ ପାଖରେ ପହଞ୍ଚିଥିଲା। ପରେ ଏକ ପୁଲିସ ଟିମ ଏହି ଗାଡିର ପିଛା କରିଥିଲା। କୁନ୍ଦୁଲି ଆଡୁ ଏହି ଗାଡି କୋରାପୁଟ ଆଡକୁ ଆସୁଥିଲାବେଳେ ପଟାଙ୍ଗୀ-ସେମିଳିଗୁଡା ଜାତୀୟ ରାଜପଥ-୨୬ର ମାଳିଦୋଳିଆମ୍ବ ନିକଟରେ ଗାଡିକୁ ଛାଡି ଚାଲାଣକାରୀମାନେ ଚମ୍ପଟ ମାରିଥିଲେ। ପରେ ପୁଲିସ ଗାଡି(ସିଜି-୦୮-ଡବ୍ଲ୍ୟୁ-୪୪୬୬)କୁ ଜବତ କରି ଯାଂଚ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡି ଯାଂଚ କରିବା ପରେ ୧୬ କୁଇଣ୍ଟାଲ ୪୦ କେଜି ୧୦୦ ଗ୍ରାମ ଗଂଜେଇ ମିଳିଥିଲା। ଛୋଟ ଛୋଟ ପ୍ୟାକେଟରେ ଏହି ଗଂଜେଇକୁ ରଖା ଯାଇଥିଲା। ଏହି ଗଂଜେଇ ଛତିଶଗଡକୁ ଯାଉଥିବା ଅନୁମାନ କରାଯାଉଥିବା ସେମିଳିଗୁଡା ଥାନା ଅଧିକାରୀ ଧୀରେନ କୁମାର ବେହେରା କହିଛନ୍ତି।

ପୁଲିସ ବିପୁଳ ପରିମାଣର ଗଂଜେଇ ଜବତ କରିଥିଲାବେଳେ ଦୁଇ ଚାଲାଣକାରୀ ଫେରାର ହୋଇ ଯାଇଛନ୍ତି। ତେବେ ଏହି ଗଂଜେଇ ବୁହା କଣ୍ଟେନର ଧକ୍କାରେ ପୁଲିସ ଗାଡି ଚେପା ହେବା ସହ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପୁଲିସକୁ ଦେଖି ଗାଡି ଛାଡି ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଥିଲେ। ତେବେ ଗାଡିର ଇଂଜିନ ବନ୍ଦ କରି ନ ଥିଲେ। ଗାଡିକୁ ବିନା ଗିଅରରେ ଉଠାଣି ଜାଗାରେ ଛାଡି ପଳାଇବା ଦ୍ବାରା ଏହା ପଛକୁ ଗଡି ଆସିଥିଲା। ଫଳରେ ପଛରେ ପିଛା କରୁଥିବା ପୁଲିସ ଗାଡିକୁ ଏହା ଧକ୍କା ଦେଇଥିଲା। ଏଥିରେ ପୁଲିସ ଗାଡିର ସାମନା ପାଖ ଚେପା ହୋଇ ଯାଇଥିଲା। ପୁଲିସ ଭ୍ୟାନରେ ବସିଥିବା ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ତେବେ ପୁଲିସ ଭ୍ୟାନଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe