ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବାର ଖବର ମିଳିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେମିଳିଗୁଡା ପୁଲିସ ଗତ ରାତି ଗୋଟାଏ ବେଳେ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ୍ ଛକରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ପଟାଙ୍ଗି ଅଞ୍ଚଳର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏନେଇ ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe