ଜୟପୁର: ପ୍ରାୟ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

Advertisment
ଜୟପୁର: ପ୍ରାୟ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଜୟପୁର: ଜୟପୁର ସଦର ପୁଲିସ୍‌ ଥାନା ଅଞ୍ଚଳରେ ପ୍ରାୟ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଯାଇଛି। ସଦର ପୁଲିସ୍‌ ଥାନା ଅଧୀନରେ ଥିବା ବାୟାଗୁଡ଼ା ଅଞ୍ଚଳରୁ ଏକ ଟ୍ରକ୍‌ରୁ ୨୧୭୩.୨ କିଲୋ ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି ଜାଣିବାକୁ ମିଳିଛି।

ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ମଧ୍ୟରୁ ଜଣେ ଜୟପୁର ସଦର ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ଜୟପୁର ଟାଉନ୍‌ ଅଞ୍ଚଳର। ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ ପ୍ରଶାନ୍ତ ମଣ୍ଡଳ ଓ ଇମ୍ରାନ କେଉଁଆଡ଼େ ଖସି ପଳାଇଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ପଶୁର୍ରାମ ନାଗ, ପ୍ରତାପ ବେହେରା, ଶ୍ୟାମସୁନ୍ଦର ମିଶ୍ର ଏବଂ ଅଭୟ ପ୍ରଧାନୀ।

publive-image

ପୁଲିସ୍‌ ଗଞ୍ଜେଇ ସମେତ ୪ଟି ମୋବାଇଲ୍‌‌ ଫୋନ୍‌, ୧୨୩୦ ଟଙ୍କା, ଏକ ଟ୍ରକ୍‌, ଏକ ବୋଲେରୋ ଏସ୍‌ଏଲ୍‌ଏକ୍ସ, ଏକ ବୋଲେରୋ ପିକ୍‌-ଅପ୍‌, ୩ ମଟର ସାଇକେଲ୍‌ ଓ ୫୦ କିଲୋ ଲେଖାଏଁ ୪୦ ପ୍ୟାାକେଟ୍‌ ଗୋଖାଦ୍ୟ ଜବତ କରିଛି।

ଉଲ୍ଲେଖଯୋଗ୍ୟ, ମାଲକାନଗିର ଜିଲ୍ଲାରୁ ଏହି ଗଞ୍ଜେଇକୁ ଗୋଖାଦ୍ୟ ସହ ମିଶାଯାଇ ଅଣାଯାଉଥିଲା। ଏ ସଂପର୍କରେ ଜୟପୁର ସଦର ଥାନା ଅଧିକାରୀଙ୍କୁ ସୂଚନା ମିଳିବାରୁ ସେ ତାଙ୍କ ଦଳ ନେଇ ବାଟରେ ଜଗିଥିଲେ। ଅଭିଯୁକ୍ତମାନେ ଟ୍ରକ୍‌ରୁ ଗଞ୍ଜେଇକୁ ଅନ୍‌ଲୋଡ୍‌ କରି ବୋଲେରୋକୁ କାଢ଼ିବା ବାଟରେ ପୁଲିସ୍ ସେମାନଙ୍କୁ ଧରିଥିଲା। ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଖସି ପଳାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe