କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ପାଡୁଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ

Advertisment
କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ପାଡୁଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ

କୋରାପୁଟ/ ଲମତାପୁଟ: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ନିର୍ମାଣାଧୀନ ଘରୁ ୮୧୨ କିଲୋଗ୍ରାମ ୭୦୦ ଗ୍ରାମ ଗଂଜେଇ ଜବତ ହୋଇଛି। ଏହି ସଂପର୍କରେ ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଚାଲିଛି। ତେବେ ଏଯାବତ୍ ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ।

ଏଣେ କୋରାପୁଟ ଜିଲ୍ଲାର ପାଡୁଆ ପୁଲିସ ଦ୍ୱାରା ୫୨୫ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି। ଏହି ଗଂଜେଇ କୋରାପୁଟରୁ ଆନ୍ଧ୍ରକୁ ଏକ ଗାଡ଼ିରେ ଯାଉଥିବା ବେଳେ ପାଡୁଆ ନିକଟରେ ଭୋର ସମୟରେ ଧରିଛି ପୁଲିସ। ତେବେ ପୁଲିସ ଆଖିରେ ଧୂଳି ଦେଇ ଗଂଜେଇ ବେପାରୀ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ କାହାକୁ ଗିରଫ କରା ଯାଇ ପାରିନାହିଁ। ପାଡୁଆ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe