ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର: ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ

ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର: ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ରାଲେଗଡ଼ା ଗ୍ରାମପଞ୍ଚାୟତର ରାଜୁଗୁଡ଼ା ନିକଟରେ ଏକ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିଥିବାର ଖବର ମିଳିଛି। ଟ୍ୟାଙ୍କରରୁ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପାଣି ସ୍ପ୍ରେ କରୁଛି। ତେବେ ଏଥିରେ ଟ୍ୟାଙ୍କର ଚାଳକଙ୍କର କୌଣସି କ୍ଷତି ହୋଇନାହିଁ। ଉକ୍ତ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଓଲଟି ପଡ଼ିଥିଲା ବୋଲି ସୂଚନା ମିଳିଛି।

ଏଣେ ୨୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଏନେଇ ଜିଲ୍ଲାପାଳ ବି ଟୁଇଟ୍ କରି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe