କୋରାପୁଟ: କେନ୍ଦାର ଅଂଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ କୋରାପୁଟ ସଦର ଥାନା ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସୋମନାଥ ପୂଜାରୀ, ରଇଲୁ ମୁଦୁଲି ଓ ଶିଙ୍ଗ ମୁଦୁଲି। ସେମାନଙ୍କ ଘର ବାଲିପେଟାଗୁଡାରେ ବୋଲି ଜଣାପଡିଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦାର ଅଂଚଳର ଜଣେ ଯୁବତୀ(୨୫ବର୍ଷ) ଗତ ୨୭ତାରିଖରେ ଗାଁରେ ହେଉଥିବା ନାଚ ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳକୁ ଘରକୁ ଫେରୁଥିଲାବେଳେ ସୋମନାଥ, ରଇଲୁ ଓ ଶିଙ୍ଗ ତାଙ୍କୁ ନିଛାଟିଆ ଜାଗାକୁ ଟେକି ନେଇଥିଲେ। ସେଠାରେ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ। ଏହି କଥା ବାହାରେ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ। ଫଳରେ ଯୁବତୀ ଜଣଙ୍କ ବାହାରେ କିଛି କହି ନ ଥିଲେ। ଏବେ ଯୁବତୀ ଜଣଙ୍କ ଘରେ କହିବା ପରେ ପରିବାର ଲୋକଙ୍କ ସହାୟତାରେ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି।
ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ
Advertisment
Follow Us