ଲଗାଣ ବର୍ଷାରେ ବେହାଲ ବୈପାରିଗୁଡା

ଲଗାଣ ବର୍ଷାରେ ବେହାଲ ହୋଇଛି ବୈପାରିଗୁଡା। ଅଂଚଳର ଗୁପ୍ତେଶ୍ୱର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ପୋଲ ଭାଙ୍ଗି ଯାଇଥିବାବେଳେ ୩ଟି ଗାଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି |

7e845378-ddb2-4d98-96c9-26a72883590e

ବୈପାରିଗୁଡା: ଲଗାଣ ବର୍ଷାରେ ବେହାଲ ହୋଇଛି ବୈପାରିଗୁଡା। ଅଂଚଳର ଗୁପ୍ତେଶ୍ୱର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ପୋଲ ଭାଙ୍ଗି ଯାଇଥିବାବେଳେ ୩ଟି ଗାଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି | ସେହିପରି ସୋରିଷ ପଦର ଠାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିବାବେଳେ ଆଜିର ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର କାଟିନିକୁଣ୍ଡ ଗାଁ ମଝିରେ ଥିବା ପୋଲ ଭାଙ୍ଗିବା ଫଳରେ ୩ ଖଣ୍ଡ ଗାଁ ଲୋକଙ୍କ ଯାତାୟାତ ବାଧା ସୃଷ୍ଟି ହୋଇଛି।

ପଞ୍ଚାୟତର ଭାଟିଗୁଡା, ହାତୀଖାଲ, କାଟିନିକୁଣ୍ଡ ଗାଁ ଲୋକଙ୍କ ଗମନାଗମନ ବନ୍ଦ ହୋଇଯାଇଛି। ପ୍ରାୟ ୩ ଖଣ୍ଡ ଗାଁର ୧୦୦ରୁ ଉର୍ଦ୍ଧ୍ବ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ସୋରିଷପଦର ଗାଁ ଭିତରେ ବନ୍ୟା ପରିସ୍ଥିତି ଉପୁଜିଛି l ଗାଁରେ ପ୍ରାୟ ପଚାଶ ପରିବାର ବସବାସ କରୁଛନ୍ତି, ସେଥି ମଧ୍ୟରୁ ଦଶରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି l ଆଜିର ଲଗାଣ ବର୍ଷା ଯୋଗୁଁ ଗୁପ୍ତେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁରେ ଏଭଳି ପରିସ୍ଥିତି ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe