ପାଣି... ପାଣି ପୋଲିସ ଥାନା, ପ୍ରବଳ ବର୍ଷା ପରେ ଜମିଲା ଜଳ

New Project (1)

ବନ୍ଧୁଗାଁ: ଆଜି ହଠାତ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ନାଳ ଦେଇ ବହୁ ଜୋରରେ ପାଣି ଆସି ବନ୍ଧୁଗାଁ ପୋଲିସ ଥାନା ଆଗରେ ପାଣି ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଧ୍ୟାହ୍ନ ସମୟରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ପାହାଡିଆ ଅଞ୍ଚଳରେ ହୋଇଥିଲା । ସୁଚନା ଅନୁଯାୟୀ କୁମ୍ଭାରିପୁଟ , ଯାଗୁଗୁଡା ପଞ୍ଚାୟତରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ବନ୍ଧୁଗାଁ ପଞ୍ଚାୟତରେ ପାହାଡ ଉପରେ ଥିବା ଉପରଡ଼ାବାରି, ତଳଡ଼ାବାରି, କୁଞ୍ଜେରି,ବଦ୍ରଗୋଡ଼ ଓ କୁମୁଟିଝରଣା ଗ୍ରାମ ଗୁଡିକରେ ପ୍ରବଳ ବର୍ଷା ହୋଇଥିଲା । ପାହାଡ଼ରୁ ବର୍ଷା ପାଣି ବହୁ ଜୋରରେ ଖସି ଆସିବାରୁ ସୀତା ନଦୀରେ ମିଶିଥିଲା । ଏହି ନଦୀରୁ ଏମ ଆଇ ବିଭାଗ ତରଫରୁ କୃଷି କାର୍ଯ୍ୟ ପାଇଁ ତିଆରି କେନାଲ ଦେଇ ନଦୀର ବଡି ପାଣି ବହୁ ଜୋରରେ ଖସି ଆସିଥିଲା । 

WhatsApp Image 2025-10-08 at 19.34.49

ଫଳରେ ଥାନା ଆଗରେ ମୁଖ୍ୟ ରାସ୍ତାକୁ ଲାଗି ନାଳ ଉପରି ଭାଗରେ ଛୋଟ କଲଭର୍ଟ୍ଟ ରହିଥିବାରୁ ଲଟାକୁଦା ସହିତ ଅନ୍ୟାନ୍ୟ ଶୁଖିଲା କାଠ ଆସି ଅଟକି ରହିଛି । ଏଥିପାଇଁ କେନାଲରୁ ବର୍ଷା ପାଣି ଉଛୁଳିପଡି ସିଧା ପୋଲିସ ଥାନା ପଡିଆ ମଧ୍ୟରେ ପଶି ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାର ଭ୍ରମ ସୃଷ୍ଟି କରିଛି । ବର୍ଷା ଜଳ ବହି ଯାଇ ତୁରୁକୁପେଟା ନିକଟରେ ଥିବା ପଞ୍ଚାୟତ ପୋଖରୀରେ ଅଟକି କୃଷି କାର୍ଯ୍ୟ ପାଇଁ ପାଣି ବ୍ୟବହାର ହୋଇ ଥାଏ। ନାଳ ଦେଇ ବହି ଆସୁଥିବା ବର୍ଷା ପାଣି ଏହି ପ୍ରକାର ନଷ୍ଟ ହୋଇ ପୋଖରୀରେ ପହଞ୍ଚି ନ ପାରିଲେ କୃଷି କାର୍ଯ୍ୟ ପାଇଁ ପାଣିର ଅଭାବ ଦେଖା ଦେଇ ଚାଷ ଉପରେ ପ୍ରଭାବ ପଡିବା ସମ୍ଭାବନା ରହିଛି। ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଏମ,ଆଇ ବିଭାଗ ପକ୍ଷରୁ ଅତି ଶୀଘ୍ର ବର୍ଷା ପାଣି ଯିବା ପାଇଁ କଲଭର୍ଟ ଗୁଡିକ ନିର୍ମାଣ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ସମେତ ପାଣି ପଞ୍ଚାୟତର ସମସ୍ତ ସଦସ୍ୟ ଓ ସମସ୍ତ ଚାଷୀ ଗୁହାରି କରିଛନ୍ତି।

WhatsApp Image 2025-10-08 at 19.34.50

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe