ବିଶ୍ୱ ମାନବାଧିକାର ଦିବସରେ ମତ: ସାମାଜିକ ଜୀବନରେ ମୌଳିକ ଅଧିକାର ପାଇବା ସମସ୍ତଙ୍କ ଅଧିକାର

Advertisment
ବିଶ୍ୱ ମାନବାଧିକାର ଦିବସରେ ମତ: ସାମାଜିକ ଜୀବନରେ ମୌଳିକ ଅଧିକାର ପାଇବା ସମସ୍ତଙ୍କ ଅଧିକାର

ଲକ୍ଷ୍ମୀପୁର: ମନୁଷ୍ୟ ବଞ୍ଚିରହୁଥିବା ସାମାଜିକ ଜୀବନରେ ମୌଳିକ ଅଧିକାର ପାଇବା ସମସ୍ତଙ୍କ ଅଧିକାର, ନିରିହ ତଥା ନିର୍ଯ୍ୟାତିତା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସରକାର ନୈତିକ କର୍ତ୍ତବ୍ୟ, କର୍ମମୟ ଜୀବନରେ ଶିକ୍ଷା ସ୍ୱାସ୍ଥ୍ୟ ଓ କର୍ମ ନିଯୁକ୍ତି ଦେବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ ରହିଥିବା ବେଳେ, ବର୍ତ୍ତମାନ ସ୍ୱାଧୀନ ଭାବେ ଜନ୍ମ ନେଇଥିବା ଜଣେ ମଣିଷ ସମାଜରେ ଦାସତ୍ୱ ଭାବେ ଜିବନ ନିର୍ବାହ କରୁଛି ଯାହାକି ମାନବାଧିକାରର ସଂପୂର୍ଣ ଉଲ୍ଲଘଂନ। ତେଣୁ ବର୍ତମାନ ଜନସଚେତନତାର ଆବଶ୍ୟକ ରହିଛି ବୋଲି ଯୁକ୍ତ ୨ ବିଜ୍ଞାନରେ ପଢୁଥିବା ସ୍ମିତା ମହାନନ୍ଦିଆ ନାମକ ଜଣେ ଛାତ୍ରୀ ପ୍ରକାଶ କରିଛନ୍ତି। କୋରାପୁଟ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ତାଲୁକା ପ୍ରାଧିକରଣ କମିଟି ଓ କଲେଜ୍‌ର ରାଜନିତି ବିଜ୍ଞାନ ବିଭାଗ ଦ୍ୱାରା ବିଶ୍ୱ ମାନବାଧିକାର ଦିବସ ଅବସରରେ ଏହି ମତ ପ୍ରକାଶ କରିଛନ୍ତି ଜଣେ ଛାତ୍ରୀ।

ମାନବାଧିକାର ନାମରେ ଅନେକ କଥା ସଂକୁଚିତ ହେବାରେ ଲାଗିଛି। ସବୁକିଛି ସଭାସମିତିରେ କହିବା ସମ୍ଭବ ପର ନୁହଁ ଓ ଏଥିପାଇଁ ପୋଲିସ ତରଫରୁ ଏଚଆରପିସି ଗଠନ କରାଯାଇଛି ବୋଲି ଏସଡିପିଓ ଶ୍ରୀ ରଥ ପ୍ରକାଶ କରିଥିବା ବେଳେ ନ୍ୟାୟିକ ଅଧିକାର ପାଇବା ସକାଶେ ଲଢେଇ କରିବା ସମୟ ଆସିଯାଇଛି ଓ ଏହା ଜରୁରୀ ବୋଲି ବରିଷ୍ଠ ଆଇନଜିବୀ ସତ୍ୟବାଦୀ ମହାପାତ୍ର ପ୍ରକାଶ କରିଥିଲୋ

ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍‌ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଶ୍ରୀମତି ନିସା ସାମଲ ଓ ସମ୍ମାନିତ ଅତିଥୀ ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ତପନ ନାରାୟଣ ରଥ ଯୋଗଦେଇଥିଲୋ ମାନବାଧିକାର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଦିର୍ଘ ୭୦ ବର୍ଷ ହେଲା ମାନବାଧିକାର ଦିବସ ପାଳନ କରାଯାଉଥିଲେ ମଧ୍ୟ ବର୍ତମାନ ମଧ୍ୟ ଏହି ଦିବସ ର ତାତ୍ପର୍ଯ୍ୟ ସଂର୍କରେ ଅଧିକାଂଶ ଅବଗତ ନଥିବା ମତପ୍ରକାଶ ପାଇଥିଲାା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe