କୋରାପୁଟ: ପାରିବାରିକ କଳହରୁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ସନ୍ଦେହ

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

କୋରାପୁଟ: କୋରାପୁଟ ସଦରଥାନା ଅନ୍ତର୍ଗତ ଛୋଟାଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘର ଭିତରରେ ବେକ କଟା ଅବସ୍ଥାରେ ପଡି ରହିଛି ଜାନକୀ ମୁଦୁଲି ନାମ୍ନୀ ମହିଳାଙ୍କ ମୃତଦେହ। ପାରିବାରିକ କଳହରୁ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସନ୍ଦେହ କରି ପୁଲିସ୍‌ ଜାନକୀଙ୍କ ସ୍ବାମୀ ଦାମୋଦରଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୬ଟା ବେଳେ ଦାମୋଦର ଶୌଚ ପାଇଁ ନଦୀକୁ ଯାଇଥିଲେ। ଫେରିଲା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ଘରେ ପଡିଥିବା ଦେଖିଥିଲେ ।   ପାଖରେ ଏକ ପରିବା କଟା ଛୋଟ ଛୁରିଟିଏ ମଧ୍ୟ ପଡିଥିଲା ।

ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରି ଦାମୋଦରଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏହା ସହ ତଦନ୍ତରୁ ଜଣାପଡିଛି ଯେ ଦାମୋଦରଙ୍କ ମଦ୍ୟପାନକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏହାକୁ ନେଇ ଦାମୋଦର ଜାନକୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe