ପୁଣି ଜଣେ ରାନୁ ମଣ୍ଡଳ! କୋରାପୁଟ ଝିଅ ନମିତାଙ୍କ ସଫଳ ରାସ୍ତାର ସହଯାତ୍ରୀ ହେବେ ବର୍ଷା ପ୍ରିୟଦର୍ଶିନୀ

ପୁଣି ଜଣେ ରାନୁ ମଣ୍ଡଳ! କୋରାପୁଟ ଝିଅ ନମିତାଙ୍କ ସଫଳ ରାସ୍ତାର ସହଯାତ୍ରୀ ହେବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: କିଛି ଦିନ ହେବ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବେ ତାଙ୍କର ବଡ଼ପଣ ପାଇଁ ଚର୍ଚ୍ଚିତା ହୋଇଛନ୍ତି। ସେ କୋରାପୁଟସ୍ଥିତ ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ଚିନ୍ତାଗୁଡ଼ା ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଲୁକାୟିତ ପ୍ରତିଭାକୁ ସର୍ବସମ୍ମୁଖକୁ ଆଣିବା ପାଇଁ କରିଥିବା ଏକ ଛୋଟିଆ ଟ୍ବିଟ୍‌ ଏବେ ବର୍ଷାଙ୍କ ଉଦାରପଣର ଉଦାହରଣ ପାଲଟିଛି।

ନମିତା ତାଙ୍କ ଆଞ୍ଚଳିକ ଭାଷା କୁଇ, ଓଡ଼ିଆ ଓ ହିନ୍ଦୀରେ ଗୀତ ଗାଇ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଲୋକପ୍ରିୟ ହୋଇ ପାରିଛନ୍ତି। ତାଙ୍କ ସୁମଧୁର କଣ୍ଠସ୍ବର ଅନେକ ଲୋକଙ୍କୁ ପସନ୍ଦ ଆସିଥିବା ବେ‌ଳେ ତାଙ୍କୁ ଏକ ସୁଯୋଗ ଦେବାର ଇଚ୍ଛା ପ୍ରକଟ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ନମିତା ଗୀତ ଗାଉଥିବା ବେଳର ଏକ ଭିଡିଓ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରି ବର୍ଷା ଲେଖିଛନ୍ତି, ‘କି ଯାଦୁକରୀ ସ୍ୱର ତାଙ୍କର! ଈଶ୍ବରପ୍ରାପ୍ତ ପ୍ରତିଭା। ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ପ୍ରିୟ ଛୋଟ ଭଉଣୀ ନମିତା ପାଇଁ ମୋର ଆନ୍ତରିକ ପ୍ରାର୍ଥନା ଏବଂ ଆଶୀର୍ବାଦ। ପ୍ରତିଭା ଲୁଚି ରହିବା ଉଚିତ୍ ନୁହେଁ। ତାଙ୍କୁ ସଫଳ ହେବାକୁ, ତାଙ୍କ ସ୍ବପ୍ନକୁ ସାକର କରିବାକୁ ମୁଁ ତାଙ୍କୁ ସାହାଯ୍ୟ କରି ତାଙ୍କ ସଫଳତାର ଯାତ୍ରାରେ ଛୋଟିଆ ଅଂଶ ହେବାକୁ ଚାହେଁ।’

ସେ ଆଉ ଏକ ଟ୍ବିଟ୍‌ କରି ନମିତା ଏକ ଜଗନ୍ନାଥ ଭଜନରୁ ତାଙ୍କ ଯାତ୍ରା ଆରମ୍ଭ କରନ୍ତୁୁ ବୋଲି ଲେଖିଛନ୍ତି ବର୍ଷା। ସେ ନମିତାଙ୍କ ସହ ଅଛନ୍ତି ବୋଲି କହି ନିଜର ସହାୟତାର ହାତ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe