ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ୧୧ଲକ୍ଷ ୭୩ ହଜାର ଟଙ୍କା ଜବତ

Advertisment
ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ୧୧ଲକ୍ଷ ୭୩ ହଜାର ଟଙ୍କା ଜବତ

ଜୟପୁର: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପକୁମାର ମହାନ୍ତିଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ଟିମ ଅଟକ ରଖିଛନ୍ତି। ତାଙ୍କ ନିକଟରୁ ନଗଦ ୧୧ଲକ୍ଷ ୭୩ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କର ଯୁଗ୍ମ-ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଥିଲା ଓ  ସେ ନୂତନ ପଦବୀରେ ଯୋଗ ଦେବାକୁ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଘରୋଇ ଇନୋଭାରେ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଜୟପୁର ନିକଟସ୍ଥ ଦେଓଘଟିରେ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ନଗଦ ୧୧ଲକ୍ଷ ୭୩ ହଜାର ୪୩୦ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍ ପଚରାଉଚରା ଲାଗି ଜୟପୁରସ୍ଥିତ ଭିଜିଲାନ୍ସ  କାର୍ଯ୍ୟାଳୟକୁ ଆଣିଥିଲା । ବର୍ତ୍ତମାନ ତାଙ୍କର ଜୟପୁର ଅଫିସ ସହ ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଚାଲିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe