ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେଲା କୋରାପୁଟ ଜିଲ୍ଲାପରିଷଦ

Advertisment

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ତ୍ରିସ୍ତରୀୟ ପଂଚାୟତକୁ ଅର୍ଥରାଶି ସହ ମାନପତ୍ର, ସିଲଡ୍ ଆଦି ଦେଇ ସମ୍ବର୍ଦ୍ଧିତ କରାଯାଇଛି।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ତ୍ରିସ୍ତରୀୟ ପଂଚାୟତକୁ ଅର୍ଥରାଶି ସହ ମାନପତ୍ର, ସିଲଡ୍ ଆଦି ଦେଇ ସମ୍ବର୍ଦ୍ଧିତ କରାଯାଇଛି।

kpt-national award

କୋରାପୁଟ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ତ୍ରିସ୍ତରୀୟ ପଂଚାୟତକୁ ଅର୍ଥରାଶି ସହ ମାନପତ୍ର, ସିଲଡ୍ ଆଦି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲା ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ(ଜିଲ୍ଲାପରିଷଦ) ଭାବେ ପୁରସ୍କୃତ ହୋଇଛି।

ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ କୋରାପୁଟ ଜିଲ୍ଲା ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ(ଜିଲ୍ଲାପରିଷଦ) ଭାବେ ପୁରସ୍କୃତ ହୋଇଛି। ସର୍ବଭାରତୀୟ ସ୍ତରରେ  ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ(ଜିଲ୍ଲାପରିଷଦ) ଭାବେ  କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।  

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାରକୁ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବାବଦରେ କୋରାପୁଟ ଜିଲ୍ଲାକୁ ୩ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ପାଇଛି।

କୋରାପୁଟ ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି  ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି। ଏହି ପୁରସ୍କାର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ଉତ୍ସର୍ଗୀକୃତ ଏବଂ ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ପଂଚାୟତରାଜ ଜନ ପ୍ରତିନିଧି ମାନଙ୍କ  ଭୂମିକା ପ୍ରଶଂସୀୟ ବୋଲି ଜିଲ୍ଲାପାଳ କହିଛନ୍ତି। 

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ବର୍ଗରେ ମନୋନୀତ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହା ଦୀର୍ଘସ୍ଥାୟୀ ଏବଂ ସମାବେଶୀ ବିକାଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଏକ ମାନ୍ୟତା ରୂପେ କାର୍ଯ୍ୟ କରିବ। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଆମ ଦେଶରେ ଜନସଂଖ୍ୟାର ପ୍ରାୟ ୬୪ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗ୍ରାମାଞ୍ଚଳ ଏବଂ ଗ୍ରାମବାସୀଙ୍କ ବିକାଶ ଏବଂ ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ। ସେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଗତ ଏକ ଦଶନ୍ଧି ମଧ୍ୟରେ ସରକାର ପଞ୍ଚାୟତ ସଶକ୍ତୀକରଣ ପାଇଁ ଗମ୍ଭୀର ପ୍ରୟାସ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଦୃଢ଼ ଫଳାଫଳ ହାସଲ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe