କୋଟିଆ : ଫୋର୍ସ ପୁରେଇ ଭୋଟରଙ୍କୁ ଟେକି ନେଲା ଆନ୍ଧ୍ର

Advertisment

ନରେଲି ଭାଲ୍ସା ଆନ୍ଧ୍ରର: ବିଜୟନଗରମ ଏସପି ; ନାରେଡିବାଲସାରେ ୧୭ ପ୍ରତିଶତ ମତଦାନ ହୋଇଛି: କୋରାପୁଟ ଜିଲ୍ଲାପାଳ

ନରେଲି ଭାଲ୍ସା ଆନ୍ଧ୍ରର: ବିଜୟନଗରମ ଏସପି ; ନାରେଡିବାଲସାରେ ୧୭ ପ୍ରତିଶତ ମତଦାନ ହୋଇଛି: କୋରାପୁଟ ଜିଲ୍ଲାପାଳ

କୋଟିଆ : ଫୋର୍ସ ପୁରେଇ ଭୋଟରଙ୍କୁ ଟେକି ନେଲା ଆନ୍ଧ୍ର

କୋରପୁଟ : ହାତ ମୁଠାରେ ଥିବା ଷ୍ଟାଣ୍ଡ ପୋଷ୍ଟ ଛାଡ଼ି ଦେଲା ଓଡିଶା। ଯାହା ବିଚାର କରିଥିଲା ତାହା କଲାନି। ପରୀକ୍ଷା ପୂର୍ବରୁ ରାତି ଅନିଦ୍ରା ରହିଥିବାବେଳେ ପରୀକ୍ଷା ବେଳକୁ ଫେଲ ମାରିଥିଲା ଓଡିଶା। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରାକୁ ବି ମାନିଲାଣି ଆନ୍ଧ୍ର । ଭିତରକୁ ପଶିଲା, ଭୋଟ କରେଇ ନେଲା। ଆଉ ଜଳକା ହୋଇ ଚାଇଁ ରହିଲା ଓଡିଶା ପୋଲିସ, ଆଇଆରବି ବାଟାଲିୟନ ଓ ପ୍ରଶାସନ।

ଆଜି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ନାରେଡ଼ି ବାଲଶାରେ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ଅନୁଷ୍ଠିତ ମତଦାନ କରେଇ ନେଇଛି ଆନ୍ଧ୍ର। ୯ଟି ଗ୍ରାମର ଲୋକ ଆଜି ଏହି ବୁଥରେ ମତ ସାବ୍ୟସ୍ତ କରିଛନ୍ତି। ମୋଟ ୧୨୯୧ ଟି ଭୋଟରୁ ଦିନ ୩ଟା ଯାଇଁ ପାଖା ପାଖି ୩୦୦ ଲୋକ ମତଦାନ କରିଥିଲେ। ଧୂଳିପଦର, ତାଢିବାଲଶା, ଅର୍ଜୁ ବାଲଶା, ତଳ ସେମ୍ବି, ଉପର ସେମ୍ବିରୁ ଭୋଟରଙ୍କୁ ଆନ୍ଧ୍ର ସଶସ୍ତ୍ର ପୁଲିସ ଓ ବିଜୟନଗରମ ପୋଲିସ ମତଦାନ ପାଇଁ ଟେକି ନେଇଥିବା ଦେଖିବାକୁ ମିଳିଥିଲା। ତେବେ ଓଡ଼ିଆ ଓ ଆଦିବାସୀ ଲୋକେ ଭୋଟ ଦାନ କରିବାକୁ ଆସି ନଥିବା ବେଳେ କେବଳ ତେଲଗୁ ଭାଷାଭାଷୀ ଲୋକେ ମତଦାନ ସାବ୍ୟସ୍ତ କରିଛନ୍ତି। ତେବେ ଏହି ସଂଖ୍ୟା ନିକଟକୁ ପହଞ୍ଚିବାକୁ ପର୍ବତିପୁରମ ଉପଜିଲ୍ଲାପାଳ ବେଦେହ ଖରେ, ପିଏ ଆଇଟିଡିଏ ଆର କୁର୍ମନାଥ, ଆନ୍ଦ୍ର ପୁଲିସ ଓ ଆନ୍ଧ୍ର ସଶସ୍ତ୍ର ବାହିନୀ ନକେ ଦାମ ହେବାକୁ ପଡିଥିଲା। ସକାଳ ୯ଟା ସୁଦ୍ଧା ମାତ୍ର ୯ଟି ଭୋଟ ପଡିଥିବା ଦେଖି ଚେଇଁ ଉଠିଥିଲା ଆନ୍ଧ୍ର। ଏହା ପରେ ଘରକୁ ଘର ଯାଇଁ ଭୋଟରଙ୍କୁ ଟେକି ଆଣିଥିଲା। ଯେଉଁଠି ନେତାଏ ଭୋଟରଙ୍କୁ ଆଣିବା କଥା ସେଠି ଆନ୍ଧ୍ର ସରକାରୀ କର୍ମଚାରି ଗାଁକୁ ଯାଇ ଭିତରଙ୍କୁ ଟେକି ଆଣିଥିଲା। ଏପରି ଟ୍ରକରେ ମତଦାତାଙ୍କୁ ଆଣିବା ପରେ ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ ରହିଥିଲା। ସକାଳ ୧୧ଟା ୪୦ ସୁଦ୍ଧା ୧୦୯ ଜଜଣ ମତ ଦାତା ମତ ଦେଇଥିବାବେଳେ ୩ଟାବେଳକୁ ଏହା ୩୦୩ରେ ପହଞ୍ଚିଥିଲା। ତେବେ ଥୋନମରେ ହୋଇଥିବା ବୁଚଥକୁ ଯାଇପାରି ନାହାନ୍ତି ଫାଟୁ ସେନେରୀ ଓ ଫଗୁଣ ‌ସେନେରୀ ବସିନ୍ଧା। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଓ କଣ୍ଟେମେଣ୍ଟ ଜୋନ ଘୋଷଣ ହେତୁ ମତଦାନ ହୋଇପାରି ନ ଥିବା ଜଣାପଡିଛି।

publive-image

ତେବେ ସକାଳୁ ଅପରାହ୍ନ ଯାଏ ନାରେଡି ବାସଲାରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ଲୋକେ ମତ ଦେବାକୁ ଯାଉଥିବାବେଳେ ଓଡ଼ିଶା ପୁଲିସ, କିଛି ରାଜନେତାଙ୍କ ସହ ଦସ୍ତାଧସ୍ତି ହୋଇଥିଲା। ପୂର୍ବ ରାତିରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା କଣ୍ଟେନମେଣ୍ଟ ଜୋନକୁ ଆନ୍ଧ୍ର ପୁଲିସ ଓ ସ୍ଥାନୀୟ ଲୋକେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଘଟଣାସ୍ଥଳରେ ପାର୍ବତୀପୁରମ ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ପହଞ୍ଚିଥିଲେ। ବୁଥରେ ରହିଥିବା କର୍ମଚାରୀ କମ୍‌ ମତଦାନ ହୋଇଥିବା ଦର୍ଶାଇବା ପରେ କୋଟିଆର ଗ୍ରାମପୁଞ୍ଜରେ ରହିଥିବା ୯ଟି ଗାଁକୁ ଫୋର୍ସ ସହ ପ୍ରବେଶ କରିଥିଲେ। ‌ସେଠାରୁ ଟ୍ରକରେ ଗୋରୁଗାଈଙ୍କ ପରି ଟେକି ଆଣିଥିଲା ଆନ୍ଧ୍ର ସରକାର। ଏହାପରେ ନିୟମିତ ଭାବେ ‌ମତଦାତା ବୁଥରେ ଆସି ମତ ଦେଇଥିଲେ। ତେବେ କୋଟିଆରେ ରହୁଥିବା ଆନ୍ଧ୍ରର ଦଲାଲ ଏନେଇ ଏସପି ଓ ଜିଲ୍ଲାପାଳଙ୍କୁ ଫେରାଦ ହେବା ପରେ ଉତ୍ତ‌େଜିତ ହୋଇଥିଲା ଆନ୍ଧ୍ର ସରକାର। ଏସପି ଏସପି ବି. ରାଜା କୁମାରୀ ସ୍ଥାନୀୟ ଲୋଙ୍କ ସହ ଭେଟି କାଜୁ ବରଫି, ଛେନା ମିଠା‌, ବିସ୍କୁଟ ଓ ମାସ୍କ ବିତରଣ କରିଥିଲେ। ଏହାସହ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ସେମାନଙ୍କ ସହ ଏହି ସବୁ କରିବା ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ତେବେ ସବୁଠୁ ବଡ କଥା ହେଲା ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ରହିଥିବା ଆନ୍ଧ୍ରର ଏଜେଣ୍ଟଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା। ସେମାନେ ଓଡ଼ିଶା ପୁଲିସ ସହ ଦାୟିତ୍ବରେ ରହିଥିବା ଓଡ଼ିଶାର କର୍ମଚାରୀଙ୍କୁ ବିଭିନ୍ନ ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଉସକାଉଥିବା ଦେଖିବାକୁ ମିଳିଥିଲା। ଏହାସହ ବିଜୟନଗର ଏସପି, ଉପଜିଳ୍ଲାପାଳ, ଏପିପିର ବରିଷ୍ଠ ଅଧିକାରୀ ଓ ପିଏ ଆଇଟିଡିଏଙ୍କୁ ସବୁ କହୁଥିବା ଦେଖିବାକୁ ମିଳିଥିଲା।

ଏନେଇ ବିଜୟନଗରମ୍‌ ଏସପି ବି. ରାଜା କୁମାରୀ କହିଛନ୍ତି ଯେ ନରେଲିବାଲସା ଆନ୍ଧ୍ର ପ୍ରଦେଶର। ପୂର୍ବରୁ ଏହିଠାରେ କେତେଥର ନିର୍ବାଚନ ହୋଇଛି। ବହୁ ଲୋକ ମତଦାନ କରିଛନ୍ତି। ତେବେ ଓଡ଼ିଶା ଏହାକୁ କାହିଁକି ମତଦାତାଙ୍କୁ ରଖିଲେ ତାହା ଜଣାପଡୁନାହିଁ। ତେବେ ସଡ଼ିଶା ସରକାରଙ୍କର କଣ୍ଟେନମେଣ୍ଟ ଜୋନ ପରେ ମଧ୍ୟ ଆମ ପୁଲିସ ଓ ପ୍ରଶାସକଙ୍କର ସଫଳ ଉଦ୍ୟମ ହେତୁ ଆଜି ୧୨୯୧ ଭୋଟରୁ ୩୦୦ ମତଦାତା ଭୋଟ‌ ‌ଦେଇଛନ୍ତି ବୋଲି ସେ କହିଛନ୍ତି।

ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ କୋରାପୁଟ ଜିଲ୍ଲାର ରାଜନେତାଙ୍କ ସଫଳ ପଦକ୍ଷେପ ହେତୁ ଆନ୍ଧ୍ର ସରକାରଙ୍କର ଭୋଟ ଚକ୍ରାନ୍ତ ଫେଲ ମାରିଛି। ମାତ୍ର ୧୭ ପ୍ରତିଶତ ମତଦାତା ମତ ଦେଇଛନ୍ତି। ବହୁ ବାଧାବିଗ୍‌ନ ସହ‌ ଆମେ ସେଠାରେ ଆନ୍ଧ୍ରର ଚାଲକୁ ବିଫଳ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe