ଲକ୍ଷ୍ମୀପୁର ଆସନରେ କୁମର ଜାନୀ ସିପିଆଇ ପ୍ରାର୍ଥୀ

Advertisment
ଲକ୍ଷ୍ମୀପୁର ଆସନରେ କୁମର ଜାନୀ ସିପିଆଇ ପ୍ରାର୍ଥୀ

ଜୟପୁର: ଆଜି ସିପିଆଇ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ଆଗାମୀ ନିର୍ବାଚନରେ ଜିଲ୍ଲା ସହ ସମ୍ପାଦକ କୁମର ଜାନୀଙ୍କୁ ପ୍ରାର୍ଥି ଭାବେ ଘୋଷଣା କରିଛି। ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ଜାନୀଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ। ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ଦଳର ଦଶମନ୍ତପୁର ,ଲକ୍ଷ୍ମୀପୁର, ବନ୍ଧୁଗାଁ, ନାରାୟଣପାଟଣା ବ୍ଲକରେ ସଂଗଠନ ରହିବା ସହ ଦଳୀୟ କର୍ମକର୍ତ୍ତା ଓ କର୍ମୀ ରହିଛନ୍ତି।  ବିଭିନ୍ନ ଗଣ ସଂଗଠନର ସଭ୍ୟମାନଙ୍କୁ ନେଇ ସିପିଆଇ ଜିଲ୍ଲାର ଗୋଟିଏ ସ୍ଥାନରେ ସମସ୍ତ ଶକ୍ତିକୁ ଖଟେଇବ ବୋଲି ଜିଲ୍ଲା ସମ୍ପାଦକ  ଯୁଧିଷ୍ଠିର ରାଉଳ କହିଥିଲେ। ଆଜିର ବୈଠକରେ ନିତ୍ୟାନନ୍ଦ ପାତ୍ର, ବୁଦ୍ରା ବଡନାୟକ, ସନ୍ୟାସୀ ଖିଲ, ନନ୍ଦ ହରିଜନ ପ୍ରମୁଖ ଆଲୋଚନାରେ ଯୋଗଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe