କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥାବସ୍ଥା ସଙ୍ଗୀନ, ଆଇସିୟୁରେ ଭର୍ତ୍ତି 

କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥାବସ୍ଥା ସଙ୍ଗୀନ, ଆଇସିୟୁରେ ଭର୍ତ୍ତି 

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ ସୋମବାର କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲର ମେଡିସନ୍‌ ବିଭାଗ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ମେଡିସନ୍‌ ବିଭାଗର ମୁଖ୍ୟ ଡାକ୍ତର ପ୍ରଭାତ ପାଢ଼ୀଙ୍କ ନେୃତ୍ୱତ୍ୱରେ ୭ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ମେଡିସନ୍‌,ଆନାସ୍ଥେସିଆ ଓ ହୃଦରୋଗ ବିଭାଗର ଡାକ୍ତର ସାମିଲ ରହିଛନ୍ତି।

ସୂଚନାଯୋଗ୍ୟ, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ରବିବାର କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କର ବାନ୍ତିରେ ରକ୍ତ ପଡ଼ିଥିବାରୁ ଶନିବାର ତାଙ୍କୁ କୋରାପୁଟ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଏଣ୍ଡୋସ୍କୋପି ହେବା ସୁବିଧା ନଥିବାରୁ କଟକ ବଡ଼ ମେଡିକାଲ୍ ଅଣାଯାଇଥିଲା।  ରବିବାର ଅପରାହ୍ନରେ ପୀଡ଼ିତା ବଡ଼ ମେଡିକାଲ୍ କାଜୁଆଲ୍ଟିରେ ପହଞ୍ଚିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେଠାରେ ଇଏନ୍ଟି ଓ ପଲ୍ମୁନାରୀ ମେଡିସିନ୍ ବିଭାଗର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ। ଏଣ୍ଡୋସ୍କୋପି କରାଯିବା ପରେ ନ୍ୟୁରୋଲୋଜି, ସାଇକାଟ୍ରିକ୍ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଡାକ୍ତରଙ୍କ ଦ୍ୱାରା ତାଙ୍କର ପରବର୍ତ୍ତୀ ପରୀକ୍ଷା କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe