ମଧ୍ୟ ବୟସ୍କ ବ୍ୟକ୍ତି କିଛି କମେଣ୍ଟ କରିଥିଲେ; ଚପଲରେ ସେକିିଲେ ଯୁବତୀ

Advertisment
ମଧ୍ୟ ବୟସ୍କ ବ୍ୟକ୍ତି କିଛି କମେଣ୍ଟ କରିଥିଲେ; ଚପଲରେ ସେକିିଲେ ଯୁବତୀ

ଜୟପୁର: ତଳେ ପକାଇ ନିର୍ଧୁମ ଛେଚିଲେ। ଚପଲରେ ବି ସେକିଲେ। ମାଡ଼ ବର୍ଷାରୁ ନିସ୍ତାର ପାଇଁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ତଳେ ଗଡୁଥିଲେ। ଏମିତି ଏକ ଦୃଶ୍ୟ ଆଜି ଅପରାହ୍ନରେ ଜୟପୁର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା। ଯାହାକୁ ରାସ୍ତାରେ ଯାଉଥିବା ଲୋକ ଅଟକି ଦେଖିଥିଲେ। କେହି କେହି ମୋବାଇଲରେ ଏହି ଦୃଶ୍ୟକୁ କଏଦ କରିନେଲେ। ଲାତ, ଗୋଇଠା ମାଡ଼ ପରେ ବି ଯୁବତୀଙ୍କ ମନ ବୁଝି ନଥିଲା। କିନ୍ତୁ ସ୍ଥାନୀୟ କିଛି ଯୁବକ ହସ୍ତକ୍ଷେପ କରି ଯୁବତୀଙ୍କୁ ସେଠାରୁ ନେଇ ଯାଇଥିଲେ। ସୋସିଆଲ ମିଡିଆରେ ଏହି ମାଡ଼ ବର୍ଷାର ଦୃଶ୍ୟ ଭାଇରାଲ ହେବାପରେ ନାନା ଚର୍ଚ୍ଚା ଜୋର ଧରିଛି। କିନ୍ତୁ କେଉଁ କାରଣରୁ ଯୁବତୀ ଜଣକ ରାସ୍ତା ଉପରେ ଏମିତି ଉଗ୍ର ହୋଇଗଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆଜି ଅପରାହ୍ନରେ ଯୁବତୀ ଜଣଙ୍କ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କିଛି କମେଣ୍ଟ କରିଥିଲେ। ଯୁବତୀ ଜଣକ ଏଭଳି ଅସଭ୍ୟ ବ୍ୟବହାରକୁ ବରଦାସ୍ତ ନକରି ତଳେ ପକାଇ ମାଡ ମାରିଥିଲେ। ଗୋଇଠା ମାରିବା ସହ ଚପଲରେ ନିର୍ଧୁମ ଛେଚିଥିଲେ। ଯୁବତୀଙ୍କ ପରିଚୟ ଜଣାପଡିନଥିବା ବେଳେ ଯୁବକ ଜଣକ ମାନସିକ ରୋଗୀ ହୋଇଥିବା ଚର୍ଚ୍ଚା ହେଉଛି। ରାତି ସୁଦ୍ଧା ଘଟଣା ସଂପର୍କରେ କେହି ଥାନାରେ ଅଭିଯୋଗ କରିନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe