ଜୟପୁର: କୋରାପୁଟଜିଲ୍ଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ଵବିଦ୍ୟାଳୟର ମୁଖ୍ୟ ପାଠକରେ ତାଲା ଠୁଙ୍କିଲେ ଅତିଥି ଅଧ୍ୟାପକ।ବର୍ଦ୍ଧିତ ପାରିଶ୍ରମିକ ଦାବିରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛନ୍ତି। ଆଜି ହେଉଥିବା +୩ଦ୍ଵିତୀୟ ବର୍ଷର ପରୀକ୍ଷା ପରିଚାଳନା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିଥିବା ବେଳେ କ୍ଲାସ ବାଧାପ୍ରାପ୍ତ ହେଇଛି। କୁଳପତି ଓ କୁଳସଚିବ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ବି ଫଳ ଶୂନ ହେଇଛି। ଉଚ୍ଚ ଶିକ୍ଷା ବିଭାଗ ଅତିଥି ଅଧ୍ୟାପକଙ୍କ ପାରିଶ୍ରମିକ ସମ୍ପର୍କରେ ଆଲୋଚନା ପାଇଁ ଚଳିତ ୨୭ତାରିଖରେ କୁଳସଚିବକୁ ଡକାଇଥିବା କଥା ଆନ୍ଦୋଳନକାରୀଙ୍କୁ ଜଣାଇବା ପରେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍ରେ ଅଡ଼ି ବସିଛନ୍ତି।
ଅତିଥି ଅଧ୍ୟାପକ ଆନ୍ଦୋଳନ ଯୋଗୁଁ ନାନା ପ୍ରକାର ଅସୁବିଧା ଦେଖିବାକୁ ମିଳିଛି। କେବଳ ପରୀକ୍ଷା ପରିଚାଳନା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି ସତ କିନ୍ତୁ ଅନେକ କ୍ଲାସ ହେଇ ପାରିନାହିଁ। କ୍ଲାସ କରିବାକୁ ଆସିଥିବା ଛାତ୍ରଛାତ୍ରୀ ଫାଟକ ବନ୍ଦଥିବାରୁ ଫ୍ଲାଏ ଓଭର ଦେଇ ବିଶ୍ଵବିଦ୍ୟାଳୟକୁ ଯାଇଥିଲେ। ଛାତ୍ରଛାତ୍ରୀମାନେ ସାଇକେଲକୁ ଟେକି ଟେକି ଫ୍ଲାଇଓଭର ଦେଇ ଯାତାୟତ କରିଥିଲେ। ବାଇକରେ ଆସିଥିବା ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟର ସ୍ଥାୟୀ ଅଧ୍ୟାପକମାନେ ଫାଟକ ବାହାରେ ରାସ୍ତା ଉପରେ ବାଇକ୍ ରଖି ଫ୍ଲାଏ ଓଭର ଦେଇ ଭିତରକୁ ଯାଇଥିଲେ।
ଏହି ଅଚଳ ଅବସ୍ଥା ପୂର୍ବାହ୍ନ ସାଢେ଼ ୧୦ଟାରୁ ଲାଗି ରହିଛି। ସ୍ଥିତି ସୁଧାରିବାକୁ କୁଳପତି ପ୍ରଫେସର ଡ. ଦେବୀପ୍ରସାଦ ମିଶ୍ର, କୁଳସଚିବ ମହେଶ୍ବରଚନ୍ଦ୍ର ନାୟକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ପ୍ରଶାନ୍ତ ପାତ୍ର, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ ପ୍ରଧାନ ପ୍ରୟାସ କରିଥିଲେ। ସେମାନଙ୍କ ବର୍ଦ୍ଧିତ ଦରମା ପାଇଁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରୟାସ କରିଥିବା ଜଣାଇଥିଲେ। ଏନେଇ ୩ଟି ଚିଠି ଉଚ୍ଚ ଶିକ୍ଷା ବିଭାଗ ପ୍ରେରଣ କରାଯାଇଛି। ଶେଷରେ ଅକ୍ଟୋବର ୨୩ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ବିକ୍ରମଦେବ ବିଶ୍ଵବିଦ୍ୟାଳୟର କୁଳପତି ସଚିବଙ୍କୁ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ ସମସ୍ତ ନଥିପତ୍ର ସହ ଭୁବନେଶ୍ୱର କାର୍ଯ୍ୟାଳୟରେ କୁଳସଚିବ ଉପସ୍ଥିତ ରହିବେ। ଯେହେତୁ ଚିଠି ଆସିଛି ତେଣୁ ସେଦିନ ସମାଧାନ ହେବାର ସମ୍ଭାବନା ରହିଛି ତେଣୁ ଆନ୍ଦୋଳନ ନକରିବାକୁ ଅନୁରୋଧ କରାଯାଇଥିଲା। ସେ ଚିଠିକୁ ଅତିଥି ଅଧ୍ୟାପକଙ୍କୁ ଗ୍ରୁପ୍ ପୋଷ୍ଟ କରାଯାଇଛି। କିନ୍ତୁ ଅଧ୍ୟାପକମାନେ ଲିଖିତ ପ୍ରତିଶ୍ରୁତି ପାଇଁ ଦାବି କରି ଯୁକ୍ତି କରିଥିଲେ। ଅଧ୍ୟାପକମାନେ ଗତ ୫ମାସ ହେଲା ଦରମା ପାଇ ନଥିବା କହିଛନ୍ତି।
ଆହୁରି ପଢ଼ନ୍ତୁ: Rajendra Kishore Panda Passes Away: ପ୍ରଥିତଯଶା କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି
ମାସିକ ୩୫ହଜାର ଟଙ୍କା ପାରିଶ୍ରମିକ ଦାବି
ସେହିପରି କ୍ଲାସ ପିଛା ସେମାନଙ୍କ ୫୦୦ ଟଙ୍କା ବଦଳରେ ୭୦୦ ଟଙ୍କା ହିସାବରେ ମାସିକ ୩୫ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବାକୁ ଦାବି କରିଆସୁଛନ୍ତି। ଗତ ଜୁନ ମାସରେ ଅତିଥି ଅଧ୍ୟାପକଙ୍କୁ କ୍ଲାସ ପିଛା ୫୦୦ଟଙ୍କା ହିସାବରେ ମାସରେ ୫୦କ୍ଲାସ ପାଇଁ ୨୫୦୦୦ଟଙ୍କା ନେଇ ଯୁକ୍ତି ହେଇଥିଲା। କିନ୍ତୁ ସେହି ଜୁନ ମାସରେ ହିଁ ଉଚ୍ଚଶିକ୍ଷା ବିଭାଗସ୍ନାତକ ମହାବିଦ୍ୟାଳୟ ଅତିଥି ଅଧ୍ୟାପକ ପାଇଁ ପାରିଶ୍ରମିକ ୫୦୦କୁ ୭୦୦ଟଙ୍କା ବୃଦ୍ଧି କରିଥିଲା। ଅନ୍ୟ ମହାବିଦ୍ୟାଳୟରେ ୩୫୦୦୦ଟଙ୍କା ପାରିଶ୍ରମିକ ମଳୁଥିଵା ବେଳେ ଆମ ଦାବି ନାର୍ଯ୍ୟ ବୋଲି ଅତିଥି ଅଧ୍ୟାପକ କହିଛନ୍ତି।
ଆହୁରି ପଢ଼ନ୍ତୁ: Weather Forecast Cyclone: ୨୫ରେ ଅବପାତର ରୂପ ନେବ ଲଘୁଚାପ, ୨୭ ସକାଳେ ନେଇପାରେ ବାତ୍ୟାର ରୂପ
୨୪ଜଣ ସ୍ଥାୟୀ, ୭୦ ଅତିଥି ଅଧ୍ୟାପକ
ବିକ୍ରମଦେବ ବିଶ୍ଵବିୟାଳୟରେ ମାତ୍ର ୨୪ ଜଣ ସ୍ଥାୟୀ ଅଧ୍ୟାପକ ଅଧ୍ୟାପିକା ଥିବାବେଳେ ଅତିଥି ଅଧ୍ୟାପକ ଅଛନ୍ତି ୭୦ଜଣ। ଏନେଇ କୁଳପତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ଵବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଉଚ୍ଚ ଶିକ୍ଷା ବିଭାଗ କୌଣସି ଚିଠି ହସ୍ତଗତ ହେଇନି। ତେଣୁ ଚୁକ୍ତି ଅନୁଯାୟୀ ଆମେ ପାରିଶ୍ରମିକ ଦେଇପାରିବୁ। ଏହାର ସମାଧାନ ବିଶ୍ଵବିଦ୍ୟାଳୟ କ୍ଷମତା ଭିତରେ ନାହିଁ। ଆମେ ଅତିଥି ଅଧ୍ୟାପକଙ୍କୁ ଅନେକ ଥର ଅନୁରୋଧ କଲୁଣି ଯେ ୫୦୦ ହିସାବରେ ପାରିଶ୍ରମିକ ଗ୍ରହଣ କରିବାକୁ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଆସିବା ପରେ ବାକି ପାରିଶ୍ରମିକ ପ୍ରଦାନ କରିବାକୁ। କିନ୍ତୁ ସେମାନେ ୭୦୦ଟଙ୍କା ଦାବିରେ ଅଛନ୍ତି। ଅତିଥି ଅଧ୍ୟାପକ ମଧ୍ୟରୁ ୬୨ ଜଣ ଅଧ୍ୟାପକଅଧ୍ୟାପିକା ଜୁନ ୨୫ରୁ ଏବଂ ୮ଜଣ ଅଗଷ୍ଟ ୨ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେଣୁ କାହାର ବି ୫ମାସର ବକେୟା ପାରିଶ୍ରମିକ ନାହିଁ। ଅନ୍ୟପକ୍ଷରେ ସରକାର ବିଶ୍ଵବିଦ୍ୟାଳୟ ଆବଶ୍ୟକ ଅଧ୍ୟାପକ ନିଯୁକ୍ତି କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଅତିଥି ଅଧ୍ୟାପକଙ୍କୁ ନେଇ ବିଶ୍ଵବିଦ୍ୟାଳୟ ଚାଲିଥିବାରୁ ଏଭଳି ଅଚଳ ଅବସ୍ଥା ସହ ସଠିକ ସମୟରେ ପରୀକ୍ଷା ଫଳ ବି ପ୍ରକାଶ ପାଉନଥିବା ଶିକ୍ଷାବିତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/24/vikram-dev-university-2025-10-24-15-21-07.jpg)