ଭୁବନେଶ୍ବର:  ଆଗାମୀ ୨୫ ତାରିଖରେ ଅବପାତର ରୂପ ନେବ ଲଘୁଚାପ। ଆସନ୍ତାକାଲି ସୁଦୃଶ୍ୟ ଲଘୁଚାପର ରୂପ ନେବ। ୨୬ ତାରିଖ ବେଳକୁ ଗଭୀର ଅଭପାତର ରୂପ ନେବ। ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।

Advertisment

ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ

ଏବେ ଲଘୁଚାପ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି। ବଙ୍ଗୋପସାଗରରେ ବଳ ଗୋଟାଉଛି। ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ । ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ପବନର ଆଶଙ୍କା କମ୍ ଥିବା କୁହାଯାଉଛି। ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ:Associate Of Main Accused Bikram Panda ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନଙ୍କୁ ଛାଡ଼ିଲା ପୁଲିସ

ଏଣେ ଆଜୀି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକନ୍ଧମାଳକଳାହାଣ୍ଡିନବରଙ୍ଗପୁର ଓ ନୟାଗଡ଼ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିଭଳି ଶନିବାର ବର୍ଷାର ପରିମାଣ ବଢ଼ିବ। ଉପକୂଳ ସହ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ। ତେବେ ଲଘୁଚାପ ସୃଷ୍ଟି ପରେ ହିଁ ଏହାର ତୀବ୍ରତା ସ୍ପଷ୍ଟ ହେବ। ରାଜ୍ୟକୁ ଏବେ ସାମୁଦ୍ରିକ ବଙ୍ଗୋପସାଗରୀୟ ପବନ ପ୍ରବାହ ଜାରି ରହିଛି। ବର୍ଷା ସମ୍ଭାବନା ବି ରହୁଛି। ଏଣୁ ଉତ୍ତରା ଥଣ୍ଡା ପବନ ପ୍ରବାହ ବାଧାପ୍ରାପ୍ତ ହୋଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ସହ ସକାଳୁ କୁହୁଡ଼ି ପଡ଼ିବ। ସର୍ବାଧିକ ଦିନ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ରାତ୍ରି ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷାର ଆଶଙ୍କା ରହିଛି। ୨୭ ତାରିଖରେ କେତେକ ଜିଲ୍ଲାରେ ଭୀଷଣ ବର୍ଷାର ଆକଳନ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ:Permanent Lecturers Will Be Appointed: ପୂର୍ବ ସରକାର ସମୟରୁ ସୃଷ୍ଟି ହୋଇଥିଲା ଅଚଳାବସ୍ଥା, ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ

Weather | Cyclone