କେନ୍ଦୁପତ୍ର ତୋଳିବାକୁ ଯାଇଥିବା ମହିଳାଙ୍କ ବଜ୍ରପାତରେ ମୃତ୍ୟୁ

Advertisment
ଆର୍ଥ-ନେଟ୍‌ଓ୍ଵାର୍କ ସଂସ୍ଥାକୁ ମିଳିବ ବଜ୍ରପାତ ସଂପର୍କିତ ଆଗୁଆ ସୂଚନା ଦାୟିତ୍ୱ

ଜୟପୁର: ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ଜଣେ ମହିଳାଙ୍କ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଥାନା ଅଧୀନ ସାନଇନ୍ଧନପୁର ଗାଁର ଦମୟନ୍ତୀ ଗୌଡ଼(୫୫)ଙ୍କ ମୃତ୍ୟୁ ହୋଇଛି। ଦମୟନ୍ତୀ ଗାଁର ଅନ୍ୟ ୪ରୁ ୫ ଜଣ ମହିଳାଙ୍କ ସହିତ ଆଜି ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଲିବାକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଅଚାନକ ବଜ୍ରପାତ ହୋଇଥିଲା। ଏଥିରେ ସେ ଟଳି ପଡ଼ିଥିଲେ। ତାଙ୍କୁ ଅନ୍ୟ ମହିଳା ଓ ଗାଁଲୋକଙ୍କ ସାହାଯ୍ୟରେ ବୋରିଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦମୟନ୍ତୀଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲର ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ କିଛି ଦିନ ହେବ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଦେଖାଯାଉଛି। ସନ୍ଧ୍ୟା ପରେ କାଳବୈଶାଖୀ ବିରାଟ ରୂପ ନେଉଛି। ବର୍ଷା ଓ ଝଡ଼ତୋଫାନ ଯୋଗୁଁ ବହୁ ଧନ-ଜୀବନ କ୍ଷତି ପହଞ୍ଚାଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ତେଣୁ ଲୋକେ ବାହାରକୁ ଯିବା ପୂର୍ବରୁ ସତର୍କତା ଅବଳମ୍ବନ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe