ଆନ୍ଧ୍ର-ଓଡ଼ିଶା ସମାନ୍ତବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଚଢ଼ଉ: ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ

Advertisment
ଆନ୍ଧ୍ର-ଓଡ଼ିଶା ସମାନ୍ତବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଚଢ଼ଉ: ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ

କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ନିର୍ଦେଶ କ୍ରମେ ଆଜି ସକାଳ ପାଞ୍ଚଟା ସମୟରେ ସୁଙ୍କି ଥାନା ଏବଂ ପାଚିପେଣ୍ଟା ଥାନା (ଆନ୍ଧ୍ର ପ୍ରଦେଶ)ପୁଲିସ ଦ୍ଵାରା ମିଳିତ ଭାବରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ସମାନ୍ତବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଚଢଉ କରାଯାଇ ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ କରାଯାଇଛି। ଉକ୍ତ ଚଢଉ ବେଳେ କାନ୍ଦିଲି ଗାଁ ନିକଟରେ ୨୦ ଲିଟର, ଲାଉଡି ଗାଁରେ ୧୨୦ ଲିଟର ଦେଶୀ ରନ୍ଧା ମଦ ଏବଂ ଅଳସୀ ଓ ଫୁଲଗୁଣ୍ଠା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମଦ ତିଆରି ପାଇଁ ୨୧ ଗୋଟି ଡ୍ରମରେ ଥିବା ପ୍ରାୟ ୪୨୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା। ଏହିପରି ଭାବେ ସମୁଦାୟ ପ୍ରାୟ ୪୫୦୦ ଲିଟର ମଦ ଏବଂ ପୋଚ ଜବତ କରାଯାଇ ନଷ୍ଟ କରା ଯାଇଥିଲା।

publive-image

ଚଢଉ ସମୟରେ ଅଭିଯୁକ୍ତମାନେ ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇ ପଳାଇବାରେ ସକ୍ଷମ ହୋଇଥିଲେ। ଉକ୍ତ ଚଢଉ ବେଳେ ସୁନାବେଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା ଶତପଥୀ, ସାଲୁର ସର୍କଲ ଇନ୍ସପେକ୍ଟର ଜି. ବାଲକ୍ରୀଷ୍ଣା, ପାଚିପେଣ୍ଟା ଥାନାଧିକାରୀ ପି.ନାରାୟଣ ରାଓ, ସୁଙ୍କି ଥାନାଧିକାରୀ କେ. ସାଙ୍ଗାନା,ଏ.ଏସ ଆଇ ରୋହିଦାସ ବିଡ଼ିକା, ଏ.ଏସ.ଆଇ ଅଭୟ କୁମାର କଚ୍ଛପ, କନେଷ୍ଟବଳ ରମେଶ ନାରାଜି, ଓଏପିଏଫ୍ ପୂର୍ଣ୍ଣ ବିଷୋଇ ଓ ଜଗବନ୍ଧୁ ଖିଲ ସାମିଲ ଥିଲେ। ସୁଙ୍କି ଥାନା ଅଞ୍ଚଳରେ ବେଆଇନ ମଦ କାରବାର ଓ କଳାବଜାରୀ ରୋକିବାକୁ ଏପରି ଚଢଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe